ମକର ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ, ଭୀମକୁଣ୍ଡରେ ପ୍ରସ୍ତୁତି ଆରମ୍ଭ

ସ୍ବାମପାଟଣା/କ୍ରାନ୍ତିକ୍ଷେତ୍ର : (କାମିନିକାନ୍ତ ଦିବେଦୀ) ପୁଣିଥରେ ବୈତରଣୀ ନଦୀରେ ମକର ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଗତବର୍ଷ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲା ଗ୍ରସ୍ତ ରେ ଆସି ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ପରମେଶ୍ବର ମହାଦେବ ମନ୍ଦିର ସଂଲଗ୍ନ ଅନୂସୟା ଘାଟରେ ବୈତରଣୀ ନଦୀରେ ମକର ବୁଡ଼ ପକାଇଥିଲେ। ଚଳିତ ବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲା ଗ୍ରସ୍ତ ରେ ଆସି ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତର ଘାଟବାଲିଯୋଡି ଗ୍ରାମର ଭୀମକୁଣ୍ଡ ଠାରେ ବୈତରଣୀ ନଦୀରେ ବୁଡ ପକାଇବା ସୂଚନା ମିଳିବା ପରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ ପାଟଣା ବ୍ଲକ ପ୍ରଶାସନ ପକ୍ଷରୁ ବୁଡ ପକାଇବା ସ୍ଥାନରେ ପାହାଚ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ ରଞ୍ଜନ ଦଣ୍ଡପାଟ ଓ ପାଟଣା ବ୍ଲକ ସହକାରୀ ଯନ୍ତ୍ରୀ ସୁସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ରହି ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବା ବେଳେ ପାଟଣା ଠାରୁ ଭୀମକୁଣ୍ଡ ପର୍ଯ୍ୟନ୍ତ ଅଧାପନ୍ତରିଆ ଭାବେ ପଡ଼ିଥିବା ରାସ୍ତାକୁ ମଧ୍ୟ ସମ୍ପୂର୍ଣ୍ଣ କରିବାକୁ ଲାଗି ପଡିଛନ୍ତି ପ୍ରଶାସନ । ମୁଖ୍ୟମନ୍ତ୍ରୀଙ୍କ ଭୀମକୁଣ୍ଡ ଗସ୍ତ ଏହି ପର୍ଯ୍ୟଟନ ସ୍ଥଳୀ ର ଉନ୍ନତି କରଣ ପାଇଁ ବାଟ ଫିଟିବ ବୋଲି ପର୍ଯ୍ୟଟକ ଆଶା ବାନ୍ଧିଛନ୍ତି ।

Leave a Reply

Your email address will not be published. Required fields are marked *