ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ

ଝରିଗାଁ/କ୍ରାନ୍ତିକ୍ଷେତ୍ର(ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଳଗାଁ ପଞ୍ଚାୟତ ଅନ୍ତର୍ଗତ କର୍ମରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକ ଓ ଚଚା ପଞ୍ଚାୟତ ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି। କର୍ମରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶୁଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଝରିଗାଁ ବିଧାୟକ ନରସିଂହ ଭତରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ଝରିଗାଁ ତହସିଲଦାର ସୁମନ୍ତ ପାତ୍ର, ଝରିଗାଁ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ଦଶରଥ ଗଣ୍ଡ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ସ୍ୱାଇଁ, ବିଜେପି ଜିଲ୍ଲା ସମ୍ପାଦିକା ସୁମିତ୍ରା ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଚଚା ପଞ୍ଚାୟତ ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ବ୍ଲକ ଅଧକ୍ଷ ଦୁର୍ଗା ପ୍ରସାଦ ମାଝୀ,ସମ୍ମାନିତ ଅତିଥି ସରପଞ୍ଚ ଗୀତାଞ୍ଜଳି ଭତରା,ପ୍ରଧାନ ଶିକ୍ଷୟିତ୍ରୀ ବିପ୍ଲବିନୀ ମଲ୍ଲିକ, ଚଚା ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ କୁମାର ମିଶ୍ର,ସାରିଆପଡା ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାୟକ, ଭାଲୁକୋନାଡି ଚନ୍ଦନ କୁମାର ଧଳ, ଦୁକାଲୁପଡା ଭୋଦେବ ପଟେଲ, ତାରାବେଡା ସୁଶିଲ ପ୍ରଧାନ, ଭେଜିଗୁଡ ନବଘନ ଗୈାଡ, ଗବାଗୁଡା ବନମାଳୀ ଡାଙ୍ଗ, ଦାବ୍ରିମୁଣ୍ଡା ଲଛିମଧର ମାଝୀ ସହ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟର ୧୧୮ଟି ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୀବନୀ ଓ ଶିକ୍ଷା ଓ ସମାଜ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଥିବା କହିଥିଲେ। ମଞ୍ଚାସିନ ଅତିଥିମାନେ ମଧ୍ୟ ପଣ୍ଡିତ ଗୋଦାବରୀଶ ମିଶ୍ର ଜଣେ କବି, ଲେଖକ, ଗାଳ୍ପିକ, ନାଟ୍ୟକାର, ଉପନ୍ୟାସିକ, ଗାଥାକାର ଓ ଜଣେ ଆଦର୍ଶ ଶିକ୍ଷକ ଥିବା କହିଥିଲେ। ସେ ସତ୍ୟବାଦୀ ବନ ବିଦ୍ୟାଳୟର ଜଣେ ଆଦର୍ଶ ଶିକ୍ଷକ ରହିବା ସହିତ ପଞ୍ଚସଖା ମଧ୍ୟରେ ଜଣେ ଥିଲେ। ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ସୁଦୃଢ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗେଇବା ଉଦେଶ୍ୟ ନେଇ ରାଜ୍ୟ ସରକାର ଏହି ଯୋଜନା କରିଥିବା ମଞ୍ଚାସିନ ଅତିଥିମାନେ କହିଥିଲେ। ଚଚା ସ୍କୁଲର ସରକାରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *