ରାମପୁର ଗ୍ରାମ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ

ମ,ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଉତ୍ସବ ଘୁମୁରା ମ, ରାମପୁର ଗ୍ରାମ ପଞ୍ଚାୟତ ସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ବୀଣାପାଣି ସାହୁଙ୍କ ନେତୃତ୍ୱରେ ଡୋକରି ମନ୍ଦିରରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ଉତ୍ସବ ସ୍ଥଳୀ ବିଜୁ କଲ୍ୟାଣ ମଣ୍ଡପ କୁ ଆସିଥିଲା। ମଶାଲ ଶୋଭାଯାତ୍ରା ପରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ସରପଞ୍ଚ  ସାହୁଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ମୁଖ୍ୟ ଅତିଥି, ସମିତି ସଭ୍ୟା ପ୍ରତିମା ମାଝୀ, ନାଏବ ସରପଞ୍ଚ ପ୍ରଶାନ୍ତ ମହାରଣା, ପିଇଓ ହେମାନନ୍ଦ ନାଏକ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ସାମ୍ବାଦିକ ହେମନ୍ତ ସାହୁ ସଭା ପରିଚାଳନା କରିଥିଲେ। ବିଭିନ୍ନ ବିଦ୍ୟାଳୟ ଓ ସର୍ବ ସାଧାରଣ ସ୍ତରୀୟ ପ୍ରତିଯୋଗିତା ଗୁଡ଼ିକ ଅନୁଷ୍ଠିତ ହୋଇ ଥିଲା। ପରେ ସନ୍ଧ୍ୟା ରେ ଆୟୋଜିତ ଉଦଯାପନୀ ସଭାରେ ଶ୍ରୀମତୀ ସାହୁଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ମୁଖ୍ୟବକ୍ତା ଅଧ୍ୟାପକ ସୁବୋଧ କୁମାର ଶତପଥୀ, ସମ୍ମାନୀତ ଅତିଥି ସମାଜ ସେବୀ ବିକାଶ ରଂଜନ ସିଂହ ଦେଇ ଉପସ୍ଥିତ ରହି ଥିଲେ। ଉଦଯାପନୀ ଉତ୍ସବରେ ଅରୁଣ ହାତୀ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଜାତୀୟ ପିସ୍ତ୍ ଲ ଚାଳନା ଖେଳାଳୀ ବିଦୁସ୍ମିତା ସାହୁ, କୋରୋନା ସମୟରେ ଘରକୁ ଘର ବୁଲି କୋରୋନା ରୋଗୀ ମାନଙ୍କୁ ଚିକିତ୍ସା କରି ଖ୍ୟାତି ଅର୍ଜନ କରିଥିବା ଆୟୁଷ ଡାକ୍ତର ସୁଦର୍ଶନ ସା, କଳାକାର ପ୍ରଶାନ୍ତ ମହାରଣା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ ପରେ କନ୍ଧମାଳ କଳା ବିକାଶ କେନ୍ଦ୍ର ର କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସାମ୍ବାଦିକ ପ୍ରଶାନ୍ତ ସାମନ୍ତରା, ଉଦ୍ଧବ ପଣ୍ଡା, ସମାଜସେବୀ ସତ୍ୟ ନାରାୟଣ ସାହୁ, ସଂଯୁକ୍ତା ପୁରୋହିତ, ଆଲୋକ ବେହେରାଙ୍କ ସମେତ ସମସ୍ତ ୱ।ର୍ଡ ସଭ୍ୟ,ସଭ୍ୟା ସହଯୋଗ କରିଥିଲେ।