କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : ସାରା ଭାରତକୁ ନିଶା ମୁକ୍ତ କରିବା ଲକ୍ଷ୍ୟ ନେଇ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ତାର ” ନିଶା ମୁକ୍ତ ଭାରତ ଅଭିଯାନ” କାର୍ଯ୍ୟକ୍ରମ ଆରମ୍ଭ କରିଛି। ସମଗ୍ର ଭାରତ ବର୍ଷର କୋଣ ଅନୁକୋଣରେ ଏହି ନିଶା ମୁକ୍ତ ଭାରତ ଅଭିଯାନ ରଥ ପରିକ୍ରମା କରିଥିବାବେଳେ କଲମପୁର ଠାରେ ରଥ ପହଞ୍ଚିଥିଲା।କଲମପୁର ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ନିର୍ମାଲ୍ୟ କ୍ଷେତ୍ର ଠାରେ ନିଶା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ବୀକେ ଶଙ୍କର୍ଷଣ ବେହେରା, ପେମଲାଲ ଶର୍ମା, ବିକାଶ ନାୟକ ପ୍ରମୁଖଙ୍କ ତତ୍ୟାବ ଧାନରେ ନିଶା ମୁକ୍ତ ଭାରତ ଅଭିଯାନ ଗଠନ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଜୁନାଗଡ କେନ୍ଦ୍ର ସଞ୍ଚାଳିକା ମଧୁ ଶ୍ରାବଣୀ ଭଉଣୀ, ପ୍ରଜା ପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ କଲମପୁର କେନ୍ଦ୍ର ସଞ୍ଚାଳିକା ରୋଜି ଭଉଣୀ ଓ ଏମ୍ ରାମପୁର କେନ୍ଦ୍ର ସଞ୍ଚାଳିକା ସୁରଭି ଭଉଣୀ ଉପସ୍ଥିତ ରହି ଛାତ୍ରଛାତ୍ରୀ ତଥା ଜନ ସାଧାରଣଙ୍କୁ ନିଶା ଆମ ପାଇଁ କେତେ ବିପଦ ଏବଂ ଜୀବନ ହାନି ଅଟେ ତାହା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ଥିଲେ। ପ୍ରଥମେ ଉକ୍ତ ସଂସ୍ଥା ଦ୍ୱାରା ପରିଚାଳିତ ଏକ ସଚେତନତା ରଥ ସାରା ଭାରତ ପରିକ୍ରମା କରି କଲମପୁର ଅଞ୍ଚଳ ତଥା ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲା ଏବଂ ପରେ ଉକ୍ତ ସଂସ୍ଥା ର ସମସ୍ତ କର୍ମକର୍ତ୍ତା ଙ୍କ ଦ୍ଵାରା ସଚେତନତା ବାର୍ତ୍ତା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶ୍ୱିନ କୁମାର ମୁଣ୍ଡ , ସମାଜ ସେବୀ ସଞ୍ଜୀବ ଠାକୁର ଓ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ତଥା କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
