କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ଅବକାରୀ ବିଭାଗ ପକ୍ଷରୁ ଆଜି ବଡ଼ପୋଡ଼ାଗୁଡ଼ା ଓ କନ୍ଦାଗଡ଼ ଗ୍ରାମରେ ଚଢ଼ାଉ କରାଯାଇ ବେଆଇନ୍ ମଦ କାରବାରରେ ସମ୍ପୃକ୍ତ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଅବକାରୀ ବିଭାଗର ଚଢ଼ାଉ ସମୟରେ ଉଭୟଙ୍କ ନିକଟରୁ ମୋଟ ୨୩ ଲିଟର ହାତରନ୍ଧା ଦେଶୀ ମଦ ଜବତ କରାଯାଇଛି। ସେଥିମଧ୍ୟରୁ ବଡ଼ପୋଡ଼ାଗୁଡ଼ା ଗ୍ରାମର ଡମ୍ବରୁଧର ପୁଝାରୀଙ୍କଠାରୁ ୮ ଲିଟର ଏବଂ କନ୍ଦାଗଡ଼ ଗ୍ରାମର ଲକ୍ଷ୍ମୀକାନ୍ତ ମାଝୀଙ୍କଠାରୁ ୧୫ ଲିଟର ଦେଶୀ ମଦ ଜବତ ହୋଇଛି। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପ୍ରାଥମିକ ପଚରାଉଚରା ଶେଷ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଏହି ଚଢ଼ାଉଟି ଅବକାରୀ ଇନ୍ସପେକ୍ଟର ଅରୁଣ କୁମାର ଯୋଶୀଙ୍କ ନେତୃତ୍ୱରେ କରାଯାଇଥିଲା। ଏଥିରେ କୋକସରା ଅବକାରୀ ଓଆଇସି ଗୁପ୍ତେଶ୍ୱର ପୁଟେଲ, କନେଷ୍ଟବଳ ଖୁସିଦେବ କଟା, ମହାଦେବ ମାଝୀ ଏବଂ ଅନ୍ୟ ବିଭାଗୀୟ କର୍ମଚାରୀମାନେ ହୋଇଥିଲେ।
