ସୁରକ୍ଷାକର୍ମୀଙ୍କ ୧୧ମାସର ଦରମା ନମିଳିବା ପ୍ରସଙ୍ଗ, ଅଧିକାରୀଙ୍କୁ ମନ୍ତ୍ରୀ ଙ୍କ କଡ଼ା ତାଗିଦ୍ 

ନବରଙ୍ଗପୁର/ପାପଡ଼ାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ବାତ୍ୟା ମୁକାବିଲା ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନବରଙ୍ଗପୁର ଜିଲ୍ଲା ଦାୟିତ୍ୱରେ ଥିବା ହେତୁ ସେ ମଙ୍ଗଳବାର ଜିଲ୍ଲାର ଇନ୍ଦ୍ରାବତୀ ଦ୍ୟାମକୁ ଗସ୍ତ ବେଳେ ସୁରକ୍ଷାକର୍ମୀ ମାନେ ସେମାନଙ୍କର ୧୧ମାସର ଦରମା ନମିଳିବା ନେଇ ମନ୍ତ୍ରୀଙ୍କ ଜଣାଇଥିଲେ। ସେଠାରେ ମନ୍ତ୍ରୀ ଅଧିକାରୀଙ୍କୁ କଡ଼ା ଭାଷାରେ ତାଗିଦ୍ କରିବା ସହ ପାଞ୍ଚ ଦିନ ମଧ୍ୟରେ ବକେୟା ୧୧ ମାସର ଦରମା ଦେବା ପାଇଁ ମୁଖ୍ୟ ଯନ୍ତ୍ରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ। ପ୍ରକାଶ ଥାଉକି, ଖାତିଗୁଡାସ୍ଥିତ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟରତ ୧୪୭ ସୁରକ୍ଷାକର୍ମୀ ଦୀର୍ଘ ୧୧ ମାସଧରି ଦରମା ନପାଇ ଆର୍ଥିକ ସଙ୍କଟରେ ଗତି କରୁଥିବା ବେଳେ ଭୋକ ଉପାସରେ ରହିଛନ୍ତି ପରିବାର। ବାରମ୍ବାର ପ୍ରକଳ୍ପ କର୍ତ୍ତୃପକ୍ଷଙ୍କୁ ନିଯୋଜିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁହାରୀ କରାଯାଇଥିଲେ ମଧ୍ୟ ସେମାନଙ୍କ ପ୍ରାପ୍ୟ ନିମନ୍ତେ ତତ୍ପରତା ପ୍ରକାଶ ପାଉନଥିବା ଅଭିଯୋଗ ଆଣିଥିଲେ ସୁରକ୍ଷାକର୍ମୀ। ସେମାନେ ଜିଲ୍ଲାପାଳଙ୍କୁ ଲିଖୂତ ଅନୁରୋଧ କରିବାସହ ପ୍ରାପ୍ୟ ପ୍ରଦାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ ମଧ୍ୟ କରିଥିଲେ।ସେମାନେ ଆନ୍ଦୋଳନ ପନ୍ଥା ଆପଣେଇବାକୁ ମଧ୍ୟ ଚେତାବନୀ ଦେଇଥିଲେ।

Leave a Reply

Your email address will not be published. Required fields are marked *