ବେହେରା/କ୍ରାନ୍ତିକ୍ଷେତ୍ର (ପଦ୍ମବନ ବେମାଲ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପର୍ଲା ଗ୍ରାମ ପଞ୍ଚାୟତ ସିନାପଡ଼ା ଆମ୍ବତୋଟା ଠାରେ ଧର୍ମଗଡ଼ ବ୍ଲକ ଯାଦବ ସମିତି ତରଫରୁ ନୁଆଁଖାଇ ଭେଟ ଘାଟ ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତେକ ଆଞ୍ଚଳିକ କର୍ମକର୍ତ୍ତା ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ ଭାରତ ବର୍ଷୀୟ ଯାଦବ ମହାସଭା ସମ୍ପାଦଜ ରାଜୁ ଘିଭେଲା, ମୁଖ୍ୟବକ୍ତା ଉତ୍କଳ ଯାଦବ ମହାସଭା ଉପସଭାପତି ଲମ୍ବୋଦର ନିଆଲ, ବିଶିଷ୍ଟ ଅତିଥି ଉତ୍କଳଯାଦବ ମହାସଭା ସଭାନେତ୍ରୀ ସଂଯୁକ୍ତା ବେହେରା, ସମ୍ମାନିତ ଅତିଥି କଳାହାଣ୍ଡି ଜିଲ୍ଲା ସଭାପତି ନୃପରାଜ ଯାଦବ, ଜିଲ୍ଲା କର୍ମଚାରୀ ସଂଘ ସଭାପତି ମାଧବ ଲହଜଲ, ପୂର୍ବତନ ଉପଖଣ୍ଡ ଯାଦବ ମହାସଭା ସଭାପତି ରାମ ପ୍ରସାଦ ଗୋପାଳ, ତୁଳସିରାମ ବାରିକ, ତ୍ରିପୁରା ନାଏକ, ଜିଲ୍ଲା ଯୁବ ଯାଦବ ସଭାପତି ପୀତବାସ ବେହେରା, ଚାରଗଡ଼ ସଭାପତି କେନ୍ଦୁରାମ ଯାଦବ,ଜିଲ୍ଲା ଯାଦବ କାର୍ଯ୍ୟକାରୀ ସଭାପତି ଗିରିଧାରୀ ତେଜି, ଜିଲ୍ଲା ଉପସଭାପତି ଅଲେଖ ଗୋପାଳ, କମଳ ବାଗ, ଯୁଧିଷ୍ଠିର ଗୌଡ଼, ଜଗଦୀଶ ଯାଦବ ସମେତ ବହୁ ଯାଦବ ପ୍ରେମୀ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ସମାଜର ଏକତା, ଅଖଣ୍ଡତାକୁ ବଜାୟ ରଖି ସମାଜର ସର୍ବାଙ୍ଗୀନ ଉନ୍ନତି ସାଧିତ କରିବା ଆମର ଲକ୍ଷ୍ୟ ଆଉ ଉଦେଶ୍ୟ ହେବା ଉଚିତ ମନେ କରି ସମସ୍ତ ବକ୍ତା ମତ ପ୍ରଦାନ କରିଥିଲେ। ଶ୍ରୀକୃଷ୍ଣଙ୍କ ପୂଜାର୍ଚନାରେ ତୁଳସିରାମ ଗୋପାଳ ଏବଂ ଭବାନୀଶଙ୍କର ବଣିଆ ସହଯୋଗ କରିଥିବାବେଳେ ନିରାକାର ଗୋପାଳ ଏବଂ ଅରକ୍ଷିତ ଭୈସାଲ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ଧର୍ମଗଡ଼ ବ୍ଲକ ସଭାପତି ଶଙ୍କର ପ୍ରସାଦ ଜୁଏଡ଼ ସମେତ ପ୍ରତେକ ଅଞ୍ଚଳର ସମ୍ପୂର୍ଣ ସହଯୋଗରେ ଏହି ସମାବେଶ ର ସଫଳ ରୂପରେଖ ଦେଇଥିବାରୁ ସମସ୍ତେ ସାଧୁବାଦ ଜଣାଇଛନ୍ତି!ଆଗାମୀ ଦିନରେ ଏହି ଯାଦବ ସମାଜ ପ୍ରତିଟି କ୍ଷେତ୍ରରେ ତାର ଉତ୍ତୋର ତ୍ତର ଉନ୍ନତି ହେବତା ଦିଗରେ ମତ ପ୍ରକାଶ କରିଥିଲେ।
