ରୁକୁସୁନା ଷ୍ଟାର ନାଇଟ କାର୍ଯ୍ୟକ୍ରମରେ ଦୁଲୁକି ଉଠିଥିଲା ଉତ୍ସବ ମଞ୍ଚ
କଲମପୁର/(ଗଣେଶରାମ ବାଗ) : କଳାହାଣ୍ଡିର ଲୋକଗୀତ, ଲୋକକଥା, ଲୋକ ସାହିତ୍ୟ, ଲୋକ ନାଟକ, ଲୋକାଭିମୁଖୀ ହେବା ସହ କଳାହାଣ୍ଡିର ଐତିହ୍ୟ, ସଂସ୍କୃତି , ପରମ୍ପରା ଲୋକନୃତ୍ୟ ଏବଂ ଲୋକବାଦ୍ୟ ଘୁମୁରା, ବନାବାଡ଼ି , ଘୁଡକା , ସିଙ୍ଗବାଜା , ଖଞ୍ଜଣି ଭଳି ଅନେକ କଳା ଧୀରେ ଧୀରେ ଲୁପ୍ତ ହୋଇ ଯାଉଥିବା ଯୋଗୁଁ ସେହି କଳା , ସଂସ୍କୃତିକୁ ବଞ୍ଚାଇ ରଖିବା ସହ ଲୁଚିରହିଥିବା ଲୁକାୟିତ ପ୍ରତିଭାକୁ ପଞ୍ଚାୟତ ସ୍ତରରୁ ଜିଲ୍ଲା ସ୍ତରରେ ବିକଶିତ କରିବା ହେଉଛି କଳାହାଣ୍ଡି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ। କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପ୍ରସାସନ ପକ୍ଷରୁ କଲମପୁର ମିନିଷ୍ଟଡିୟମ ଠାରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୬ ବୁଧବାର ଦିନ ଆରମ୍ଭ ହୋଇ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଉଦଯାପିତ ଉତ୍ସବରେ ଅଧ୍ୟକ୍ଷା ଜ୍ୟୋତି ନାଏକଙ୍କ ସଭାପତିତ୍ୟ କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଷି ମୁଖ୍ୟ ଅତିଥି, ଶିକ୍ଷାବିଦ ଡଃ ଉମେଶ ଚନ୍ଦ୍ର ଶତପଥୀ ମୁଖ୍ୟ ବକ୍ତା, ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି, ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ତହସିଲଦାର ସ୍ମରଣିକା ତୁଲ, ଜିଲ୍ଲା ପରିଷଦ ସଭ୍ୟ ଦୁହିତା ମାଝୀ, ନିବେଦିତା ହଂସ, ସମିତି ସଭ୍ୟ, ସରପଞ୍ଚ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମଞ୍ଚାସିନ ଥିଲେ। କଳାହାଣ୍ଡିର ଐତିହ, ପରମ୍ପରା ଓ ସଂସ୍କୃତି ନିଶ୍ଚିତ ଭାବରେ ପ୍ରଚାର ପ୍ରସାର ଲାଭ କରିବା ଉଚିତ ଯାହା ଆଗାମୀ ଭବିଷ୍ୟତ କଳାହାଣ୍ଡିର ପରିଚୟ ପାଇ ପାରିବେ ବୋଲି ସମସ୍ତ ବକ୍ତା ମତ ପ୍ରକାଶ କରିଥିଲେ। ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ କଳାହାଣ୍ଡିର ଐତିହ, ସଂସ୍କୃତି, ପରମ୍ପରା, ଲୋକନୃତ୍ୟ , ଲୋକବାଦ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। କଳାହାଣ୍ଡି ଉତ୍ସବ ଘୁମୁରା ସମାରୋହରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ପ୍ରତିଯୋଗିତାରେ ଭାଗ ନେଇ ନିଜର କଳା ପ୍ରଦର୍ଶନ କରିଥିଲେ। ଉତ୍ସବ ମଞ୍ଚରେ କେନ୍ଦ୍ରାପଡା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଲବଣ୍ୟ ନୃତ୍ୟ, ଶିବ ତାଣ୍ଡବ, ମହିସାମର୍ଦ୍ଧିନି, ଜୟ ଶ୍ରୀରାମ ଏବଂ ରୁକୁଶୁନା ମେଲୋଡ଼ି ପରିବେଷଣରେ ଦୁଲୁକି ଥିଲା ଉତ୍ସବ ମଞ୍ଚ । ଏହି ଉତ୍ସବରେ କବି ନିଜସ୍ଵ ରଚିତ କବିତା ପଠନ କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟର ଛୋଟ ବଡ଼ କଳାକାର ମାନେ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ। ଉତ୍ସବ ପଡ଼ିଆରେ ଵିଭିନ୍ନ ବିଭାଗର ପ୍ରଦର୍ଶନୀ ଦେଖିବାକୁ ମିଳିଥିଲା । କଳାହାଣ୍ଡି ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଶିକ୍ଷକ ମନ୍ମଥ ମିଶ୍ର ଓ ଅନିଲ ମାଝୀ, ପ୍ରଶାନ୍ତ ମାଝୀ, ଶାଶ୍ଵତ ପଣ୍ଡା , ରଞ୍ଜନ କୁମାର ସାହୁ , ସୁଧୀର ରାଉତ , ନୀଳକଣ୍ଠ ନାଏକ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । କଳାହାଣ୍ଡି ଉତ୍ସବ କମିଟିର ସମସ୍ତ ସଦସ୍ୟ , ଦାୟିତ୍ୟରେ ଥିବା କର୍ମଚାରୀ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ , ବିଭିନ୍ନ ଅଞ୍ଚଳରୁ ଆସିଥିବା ସାଂସ୍କୃତିକ ଦଳ ଓ କଳାକାର ମାନଙ୍କ ସହ ସୁନ୍ଦର ଭାବ ବିନିମୟ ଦେଖିବାକୁ ମିଳିଥିଲା । ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୬ ଉତ୍ସବ ମଞ୍ଚରେ ଗଣମାଧ୍ୟମ ପ୍ରତିନିଧି, ସମାଜସେବୀ, କର୍ମଚାରୀ , ଜନ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧନା ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଉତ୍ସବ ମଞ୍ଚରେ ହଜାର ହଜାର ଦର୍ଶକ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଉତ୍ସବରେ କଲମପୁର ପୋଲିସ ବିଭାଗ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।
