କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ଟେମରା ଲଙ୍କେଶ୍ବରୀ ୟୁଥ୍ କ୍ଳବ୍ ଆନୁକୁଲ୍ୟରେ ଚାଲିଥିବା ଟେମରା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ଅନୁଷ୍ଠିତ ହୋଇଛି। ଏଥିରେ ବ୍ରଦର୍ସ ୧୧ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହୋଇଛି। ଫାଇନାଲ ଖେଳ ଟି ଝାରକୁଣ୍ଡାମାଲ ଓ ବ୍ରଦର୍ସ ୧୧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ୍ ସ୍କୋର କରି ପାରି ନଥିଲେ। ପରେ ଟ୍ରାଇ ବେକରେ ଧାରାକୁଣ୍ଡାମାଲ ଦଳ କୁ ହରାଇ ବ୍ରଦର୍ସ ୧୧ ଟୁର୍ଣ୍ଣାମେଣ୍ଟର ବିଜୟୀ ହୋଇ ଚାମ୍ପିଅନ ହୋଇଛି। ଖେଳ ଶିକ୍ଷକ ତାପସ ଦାସ ଖୋଲ ପରିଚାଳନା କରିଥିବାବେଳେ ଭୁପେନ୍ଦ୍ର ଗୋପାଳ ଓ ସଞ୍ଜୀବ ଦୁର୍ଗା ସହଯୋଗ କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ଯୁବ ଶିଳ୍ପପତି ପ୍ରଶାନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଯୁବନେତା ରାଜେନ୍ଦ୍ର ନାଏକ ମୁଖ୍ୟବକ୍ତା, ସ୍ଥାନୀୟ ସରପଞ୍ଚ କ୍ଷିତିରାମ ପାତ୍ର, ସୁଧୀର କୁମାର ପାତ୍ର, ଜୟଲାଲ ନାଏକ, ଚୌବନ ରଣା, ପରମେଶ୍ବର ପୁଝାରୀ, କ୍ଷିରସିନ୍ଦୁ ହଂସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଲାଲି ମାନଙ୍କୁ ଉତ୍ସାହିତ କରିଥିଲେ। ବିଜେତା ଓ ଉପବିଜେତା ଦଳ କୁ ଅତିଥି ମାନଙ୍କ ଦ୍ବାରା ଟ୍ରଫି ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ହୃଷିକେଶ ଦୁର୍ଗା ଓ ଅଖିଳ ପଟେଲ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ। ଲଙ୍କେଶ୍ବରୀ ୟୁଥ୍ କ୍ଳବ୍ ର ପ୍ରଦୀପ କୁମାର ସାହୁ, ଆଶିଷ ରଞ୍ଜନ ମାଝୀ, ମୁକେଶ କୁମାର ସାହୁ, କୁମୁଦ କାନ୍ତ ମାଝୀ, କେଦାର ଦଳପତି ପ୍ରମୁଖ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

