ବେହେରା/କ୍ରାନ୍ତିକ୍ଷେତ୍ର (ପଦ୍ମବନ ବେମାଲ) : ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ଅବସରରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପରଲା ଏପି ଦାସ ଉଚ୍ଚ ବିଦ୍ୟାଳୟର ୨୦୦୨ ମାଟ୍ରିକ ବେଚ ଛାତ୍ର ସଂଘ ଆନୁକୂଲ୍ୟରେ ଧର୍ମଗଡ଼ ବନାମ ଡହଗାଁ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ ଖେଳ ପର୍ଲା ମିନିଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା। ଖେଳ ପରିଚାଳକ ଭାବରେ ରାମନାଥ ଶବର ଏବଂ ଲାଇନ ମେନ ଭାବରେ ଭବେନ୍ଦ୍ର ଗୋପାଳ, ନିକୁ ନାଏକ ସହଯୋଗ କରିଥିଲେ। ଖେଳର ଧାରା ବିବରଣୀ ହିତେନ୍ଦ୍ର ସାହୁ କରିଥିଲେ। ସମ୍ମାନିତ ଅତିଥି ଭାବରେ ସରୋଜ କୁମାର ଦାସ (ଅବସରପ୍ରାପ୍ତ ପି ଇ ଟି ଶିକ୍ଷକ ) ସୁଶାନ୍ତ କୁମାର ଦାସ (ଅବସର ପ୍ରାପ୍ତ କିରାଣୀ ) ହୃଷିକେଶ ସାହୁ (ଅବସର ପ୍ରାପ୍ତ ଶିକ୍ଷକ )ଯୁବରାଜ ଜାଲ (ନେଗୀଗୁଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ )ସୁଧିର ବାଗ, ସୁଧିର ଗୋପାଳ, ଲକ୍ଷ୍ମୀକାନ୍ତ ଧଙ୍ଗଡାମାଝୀ, ସାରଦା ପ୍ରସାଦ ଦାସ, ଦୁତିବାହନ ଦାସ, ସୁଜିତ କୁମାର ଦାସ, ସୋସିଆ ହାତୀ,ମଂଚାସୀନ ହୋଇଥିଲେ!ଶହ ଶହ ଦର୍ଶକ ଉପସ୍ଥିତ ରହି ଖେଳର ମଜା ଉଠାଇ ଥିଲେ!ଖେଳ ର ଆୟୋଜକ ସଦସ୍ୟ ମାନଙ୍କ ମଧ୍ୟରେ ପୀତବାସ ଗୋପାଳ, କାନ୍ହା ଚରଣ ଦାସ, ରଂଜିତ ଶବର, ତାପସ ଦାସ, ବୈକୁଣ୍ଠ ମେହେର, ଧନିରାମ ଗୋପାଳ, ଧବଳେଶ୍ୱର ସୁନାନୀ, ପ୍ରଦୀପ ଗୋପାଳ, କ୍ଷୀରୋଦ କୁମାର ବାଗ ତତ ସହ ୨୦୦୨ ବେଚ ପୁରାତନ ସମସ୍ତ ଛାତ୍ର ସଂସଦ ସହଯୋଗ କରିଥିଲେ!ଇତି ମଧ୍ୟରେ ଧର୍ମଗଡ଼ ୨-୧ଗୋଲ ଦେଇ ଡହଗାଁ କୁ ପରାଜୟ କରିଥିଲା।
