ଜୁନାଗଡ଼/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ରାଜପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା କର୍ଲାପାଟ ପଣ୍ଡରାମାଳୀ ସମାଜର ପୂର୍ବତନ ସମ୍ପାଦକ ଶିବପ୍ରସାଦ ଭୋଇଙ୍କ କନକପୁର ସ୍ଥିତ ବାସଭବନରେ ହୃଦଘାତରେ ପରୋପଲୋକ ଘଟିଛି। ସେ ଦୀର୍ଘ ୧୦ ବର୍ଷ ଧରି ରାଜପୁର ପଞ୍ଚାୟତରେ ନିଷ୍ଠାର ସହ ସରପଞ୍ଚ ଭାବେ ଦାୟୀତ୍ବ ତୁଲାଇଥିଲେ। ଏହାଛଡ଼ା ସେ ଜୁନାଗଡ଼ ବ୍ଳକ, ଜିଲ୍ଲା ଏବଂ ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘର ସଭାପତି ଭାବେ ମଧ୍ୟ ସଫଳତାର ସହ ଦାୟୀତ୍ବ ନିର୍ବାହ କରିଥିଲେ। ଜଣେ ସରଳ, ମେଳାପୀ ଏବଂ ପରୋପକାରୀ ବ୍ୟକ୍ତି ଭାବେ ସେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ତାଙ୍କର ବିୟୋଗ ଖବର ପ୍ରଚାରିତ ହେବା ପରେ ଜୁନାଗଡ଼ର ରାଜନୈତିକ ଓ ସାମାଜିକ ମହଲରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ଭୋଇଙ୍କ ଶେଷଦର୍ଶନ କରିବା ସହ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରେ ପଣ୍ଡରାମାଳି ସମାଜର କୁଳପତି ପ୍ରକାଶ ଚନ୍ଦ୍ର ନାଏକ, ସଭାପତି ଈଶ୍ୱର ପୂଝରୀ, ଆଇନ ପରାମର୍ଶଦାତା ଦୁର୍ଗା ପ୍ରସାଦ ନାଏକ, ବିଜେପି ନେତା ହିମାଂଶୁ ମେହେର ଓ ମନୋଜ କୁମାର ମେହେର, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ, ପୂର୍ବତନ ନଗରପାଳ ସୁଧାଂଶୁ ବରାଡ଼, ସାମ୍ବାଦିକ ସଂଘ ସଭାପତି ସନ୍ତୋଷ ସିଂ ଦେଓ, ଓକିଲ ସଂଘ ସଭାପତି ହିମାଂଶୁ ବରାଡ଼ ପ୍ରମୁଖ ରହିଛନ୍ତି। ସେହିପରି ଯୁବବାହିନୀ ସଭାପତି ଭବାନୀ ଶଙ୍କର ବଣିଆ, ଜୁନାଗଡ଼ ବ୍ଲକ ସଭାପତି ବାଲ୍ମୀକି ନାଏକ, ପୂର୍ବତନ ଜିଲ୍ଲା ଉପସଭାପତି ଲଖ୍ମଣ ନାଏକ ଏବଂ ପୂର୍ବତନ ସମ୍ପାଦକ କନ୍ଦର୍ପ ନାଏକ ପ୍ରମୁଖ ବାସଭବନରେ ପହଞ୍ଚି ଅମର ଆତ୍ମାର ସଦ୍ଗତି କାମନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
