ପୋଖରୀବନ୍ଧରେ ମାଁ ମହାକାଳ ନକଆଉଟ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ ସ୍ଥିତ ପୋଖରୀବନ୍ଦ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆଠାରେ ମାଁ ମହାକାଳ ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟିତ ହୋଇଯାଇଛି। ଉଦଘାଟିତ ଦିବସରେ ମୁଖ୍ଯ ଅତିଥି ଭାବେ ବିଶ୍ବନାଥପୁର ମାଁ ହୀରାନିଳା ସ୍ନାତକ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ଼ଃ ରମେଶ ଚନ୍ଦ୍ର ସାହୁ ଯୋଗଦେଇ ଖେଳକୁ ଉଦଘାଟନ କରିବା ସହ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ। ବିଶିଷ୍ଟ ଅତିଥି ଭାବେ ପୋଖରୀବନ୍ଧ ସରପଞ୍ଚ ସସ୍ମିତା ମାଝୀ, ସମ୍ମାନିତ ଅତିଥି ଭାବରେ ପୋଖରୀବନ୍ଧ ଗାଁ ଗୌନ୍ତିଆ କୁଳମଣୀ ବାଣୁଆ, ସମାଜସେବୀ ସନାତନ ବିଶି, କର୍ଣ୍ଣ ମାଝୀ, ଶଙ୍କର ପ୍ରଧାନୀ, ଜୟମୁନୀ ବେହେରା ଯୋଗଦେଇଥିଲେ। ଆଜିର ଉଦଘାଟିତ ମ୍ୟାଚଟି ଡାଙ୍ଗବାଡ଼ି ଓ ପୋଖରୀ ଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମେ ପୋଖରୀ ଗାଁ ଟସ୍ ଜିତି ନିର୍ଧାରିତ ଦଶ ଓଭରରେ ଆଠ ଓ୍ବିକେଟ ହରାଇ ୯୬ ରନ କରିଥିବା ବେଳେ ଏହାର ଜବାବରେ ଡାଙ୍ଗବାଡ଼ି ୯ ଓଭର ୩ଗୋଟି ବଲ ଖେଳି ଆଠ ଓ୍ବିକେଟ ହରାଇ ୯୭ ରନ କରି ଦୁଇ ଓ୍ବିକେଟରେ ବିଜୟ ଲାଭ କରିଥିଲା। ଆଜିର ମ୍ୟାଚକୁ ସୁଶାନ୍ତ ମାଝୀ,ରଞ୍ଜିତ ମାଝୀ ଖେଳ ପରିଚାଳନା କରିଥିବାବେଳେ ଧାରା ବିବରଣୀ ସୁମନ୍ତ ବାଣୁଆ ଓ ସ୍କୋର ବୋର୍ଡ ଦାଇତ୍ୱ ବୈରାଗୀ ବିଭାର ତୁଲାଇଥିଲେ। ଏଥିରେ ମାଁ ମହାକାଳ ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ବିଭିନ୍ନ ଦାଇତ୍ୱ ତୁଲାଉଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଟି ଦଳ ଭାଗ ନେଇ ଥିବା ବେଳେ ଆସନ୍ତା ୧୩ ତାରିଖରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ତରଫରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *