ମ.ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : ମ.ରାମପୁର ବ୍ଳକ ସ୍ତରୀୟ ୨୮ ତମ କଳାହାଣ୍ଡି ଉତ୍ସବ ଉଦଯାପିତ ହୋଇଯାଇଛି। ପ୍ରଥମେ ମ.ରାମପୁର ଇଷ୍ଟ ଦେବୀ ମା ଡୋକରୀଙ୍କ ଠାରେ ପୂଜାର୍ଚ୍ଚନା କରାଯିବା ପରେ ଏକ ବିରାଟ ମଶାଲ ଶୋଭାଯାତ୍ରାରେ ବାହାରିଥିଲା। ଏଥିରେ ବିଭିନ୍ନ ପଞ୍ଚାୟତର ଦୂଳଦୂଲି, ଘଣ୍ଟ, ଶଙ୍ଖ, ହୂଳହୂଲି, ସିଂ ବଜା, ଆଦିବାସୀ ନୃତ୍ୟ, ଘୂମୁରା, କିର୍ତ୍ତନ, ଢାବ ନୃତ୍ୟର ଧ୍ବନୀରେ ମ.ରାମପୁର ସହର ପ୍ରକମ୍ପିତ ହୋଇଥିଲା। ହଜାର ହଜାର ଲୋକଙ୍କ ସହ ମଶାଲ ଯାତ୍ରା ଟି ଉସ୍ସବ ପଡିଆ କୁ ପହଞ୍ଚି ଥିଲା। ପରେ ଉଦଘାଟନି ସଭା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ମ.ରାମପୁର କଣ୍ଠଶିଳ୍ପୀ ସନ୍ତୋଷ ଦୁବେଙ୍କ ଟିମ ଦ୍ଵାରା ପ୍ରାରମ୍ବିକ ସଙ୍ଗୀତ ଗାନ ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ନର୍ଲା ନିର୍ବାଚନ ମଣ୍ଡଳୀ ବିଧାୟୀକା ମନୋରମା ମହାନ୍ତି ଏବଂ ସମ୍ମାନିତ ଅତିଥି ଭାବେ ମ.ରାମପୁର ତହସିଲଦାର ମିମାଂସା ସାହୁ, ବ୍ଲକ ଉପାଧ୍ୟକ୍ଷ ଶମ୍ଭୁନାଥ ପଧାନ, ଜିଲ୍ଲା ପରିଷଦ ସଦସ୍ୟା ମଞ୍ଜୁଲତା ଧରୂଆ ଯୋଗଦେଇ ଥିଲେ। ବିଡ଼ିଓ ଶରତ କୁମାର ସେଠୀ ସଭାରେ ପୋରାହିତ୍ୟ କରିଥିବା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମନ୍ଦାକିନୀ ସିଂ ଦେଓ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ କୁ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। ମଞ୍ଚ ପରିଚାଳନା ସତ୍ୟ ନାରାୟଣ ସାହୁ ଓ ଶିବ ପ୍ରସାଦ ପଟ୍ଟନାୟକ କରିଥିଲେ । ଅତିଥି ମାନେ ବିଭିନ୍ନ ବିଭାଗ ପକ୍ଷରୁ ଖୋଲାଯାଇଥିବା ଷ୍ଟଲ ପରିଦର୍ଶନ କରିବାବେଳେ ବିଭିନ୍ନ ଛାତ୍ର ଛାତ୍ରୀ ଓ ସର୍ବ ସାଧାରଣ ମଧ୍ୟରେ ପ୍ରତିଯୋଗିତା ଓ ସାଂସ୍କୃତିକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ସମୟରେ ଉଜାପନି ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ପୁଷ୍ପେନ୍ଦ୍ର ସିଂଦେଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ମୁଖ୍ୟ ବକ୍ତା ଭାବେ ପଦ୍ମଲୋଚନ ମିଶ୍ର, ସମ୍ମାନୀତ ଅତିଥି ରାଜ୍ୟ ସରପଞ୍ଚ ସଂଘ ସଭାପତି ତଥା ବମକ ସରପଞ୍ଚ ରୋମାଞ୍ଚ ସାହୁ, ମ.ରାମପୁର ସରପଞ୍ଚ ବିଣାପାଣି ସାହୁ ଯୋଗଦେଇଥିବାବେଳେ ବିଡ଼ିଓ ଶରତ ଚନ୍ଦ୍ର ସେଠ ପୋରାହିତ୍ୟ କରିଥିଲେ। ସତ୍ୟ ନାରାୟଣ ସାହୁ ଓ ସୁଧୀର ନାୟକ ସଭା ପରିଚାଳନା କରିଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ସାମନ୍ତରା ଧନ୍ୟବାଦ ଅର୍ପଣ କରିଥିଲେ। ବିକାଶ ରଞ୍ଜନ ସିଂହଦେଓ, ପ୍ରଦିପ କୁମାର ପାଣିଗ୍ରାହୀ, ଭଗବାନ ଭୋଇ, ବରିଷ୍ଠ ସାମ୍ବାଦିକ ଉଦ୍ଧବ ପଣ୍ଡା, ନିତେଶ ମିଶ୍ର, ପ୍ରେମ ସାଗର ନାଏକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ କୁମାର ପଧାନ, ସହକାରୀ ଯନ୍ତ୍ରୀ ବଳ ଵିନ୍ଦର ସିଂହ ଯାଦବ, କନିଷ୍ଠ ନୟନ କୁମାର ନାଏକ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ମ.ରାମପୁର ବ୍ଳକର ସମସ୍ତ ବ୍ଳକ ଓ ପଞ୍ଚାୟତ ସ୍ତରୀୟ ଅଧିକାରୀ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ। ରାତ୍ର ୮ଘଣ୍ଟା ସମୟରେ ବଳାଙ୍ଗିର ଓ କନ୍ଧମାଳ ରୁ ଆସିଥିବା ନୃତ୍ୟ ଦଳ ନୃତ୍ୟ ପରିବେଷଣ କରିଥିଲେ।
