ପାପଡ଼ାହାଣ୍ଡି/କ୍ରାନ୍ତିକ୍ଷେତ୍ର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡାବୁଗାଁ ବନାଞ୍ଚଳ ଅଧୀନ ମୈଦଲପୁର ବନ ବିଭାଗକୁ ସଫଳତା ମିଳିବାରେ ଲାଗିଛି। ଲଗାତାର କେଇ ଦିନ ଭିତରେ ଅନେକ କାଠ ମାଫିଆ କୁ ସବଢ଼ା କରିବା ସହ ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ଜବତ କରି ଅନେକ ଟ୍ରକ ମଧ୍ୟ ଜବତ କରିବାରେ ସଫଳ ହୋଇପାରିଛନ୍ତି। ତେବେ ରବିବାର ସକାଳେ ପୁଣି ଏକ ଶାଗୁଆନ କାଠ ଭର୍ତ୍ତି ଟ୍ରକରେ ଚରାଚାଳାନ ହେଉଥିବା ସମୟରେ ଆଗୁଆ ସୂଚନା ପାଇ ବନ ବିଭାଗ ଚଢାଉ କରିବା ସହ ଟ୍ରକ୍ ଓ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ମୈଦଲପୁର ବନବିଭାଗ। ଗିରଫ ଅଭିଯୁକ୍ତ ହେଲେ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଏମଭି ୯୦ ଗାଁର ପଦ୍ମ ସୁନା ବୋଲି ଜଣାପଡିଛି। ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ ବୋଲି କହିଛନ୍ତି ବନପାଳ ମଧୁସୂଦନ ପାତ୍ର। ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଆମ୍ବପାଣି ଥାନା ଅଧୀନ ଘଣ୍ଟିଗୁଡା ରୁ ଆନ୍ଦ୍ରପ୍ରଦେଶର ଭଦ୍ରାଚଲମ୍ କୁ ଏକ ବଡ଼ ଟ୍ରକ୍ (ଓଡି୧୮ଡି୮୯୧୧)ରେ ଭର୍ତ୍ତି ଶାଗୁଆନ କାଠ ଚାଲାଣ କରାଯାଉଥିବା ସମୟରେ ମୈଦଲପୁର ନିକଟରେ ମାଡ଼ି ବସିଥିଲା ବନ ବିଭାଗର ଏକ ଟିମ୍ ଓ ଟ୍ରକ ଜବତ କରିବା ସହ କାଗଜପତ୍ର ଯାଞ୍ଚ କରି ଡ଼୍ରାଇଭର ଙ୍କୁ ଗିରଫ କରିଥିଲେ । ଜବତ ହୋଇଥିବା ଶାଗୁଆନ କାଠ ର ଆନୁମାନିକ ମୂଲ୍ୟ ପାଖାପାଖି ପାଞ୍ଚ ଲକ୍ଷ ହେବ ବୋଲି ତଦନ୍ତ ପରେ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଟ୍ରକ କୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରି ଏକ ମାମଲା ରଜୁ କରି ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ବନପାଳ ମଧୁସୂଦନ ପାତ୍ର କହିଛନ୍ତି। ଉକ୍ତ ଚଢାଉ ସମୟରେ ବନପାଳ ମଧୁସୂଦନ ପାତ୍ର, ବନରକ୍ଷୀ ବସନ୍ତ ନାୟକ, ଉମାଶଙ୍କର ମିଶ୍ର, ମଧୁସ୍ମିତା ତ୍ରିପାଠୀ, ସରସ୍ବତୀ ମେହେର, କାର୍ତିକ ମାଝୀ, ବୈଦନାଥ ମାଝୀ, ରାମଚନ୍ଦ୍ର ଭତ୍ରା, ଝାଡ଼େଶ୍ୱର ହରିଜନ, ଜୟନ୍ତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
