ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ମୁମ୍ବାଇରେ ପୁଷପୁନି ଭେଟଘାଟ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର(ମଧୁସୂଦନ ଠାକୁର) : ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ପୁଷପୁନି ପଶ୍ଚିମ ଓଡ଼ିଶା ସମେତ ବାହାର ରାଜ୍ୟରେ ମଧ୍ୟ ମହା ଆଡ଼ମ୍ବରରେ ପାଳିତ ହେଉଛି। ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ମହାରାଷ୍ଟ୍ର ରାଜ୍ୟ ନବିମୁମ୍ବାଇ ସ୍ଥିତ ଓଡ଼ିଶା ଭବନଠାରେ ମହା ଆଡ଼ମ୍ବରରେ ପୁଷପୁନି ଭେଟଘାଟ ଅନୁଷ୍ଠିତ ହୋଇଥିଲା। ଏହାକୁ ଓଡ଼ିଶା ଭବନର ରେସିଡେଣ୍ଟ କମିଶନର ଶମ୍ଭୁ ମିଶ୍ର ଉଦ୍ଘାଟନ କରିଥିଲେ। ପ୍ରଥମେ ମାଁ ସମଲେଶ୍ଵରୀଙ୍କ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି ପରିପେକ୍ଷରେ ଜୁହାର ଫାଉନଣ୍ଡେସନ ଓ ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତିକୁ କିପରି ବଞ୍ଚାଇ ରଖି ହେବ ସେ ବିଷୟରେ ବିସ୍ତୃତ ଆଲୋଚନା ହେବା ସହିତ ପଶ୍ଚିମ ଓଡ଼ିଶା ର ଗାଆଁ ଗହଳିରେ ଜୁହାର ଫାଉନଣ୍ଡେସନ ପକ୍ଷ୍ୟରୁ ଚାଲୁଥିବା ମୁଖ୍ୟ ଶିକ୍ଷା ଓ ସ୍ଵାସ୍ଥ୍ୟ ସେବା କୁ ଗୁରୁତ୍ଵ ଦେବା ପାଇଁ ରୋଡ ମେପ ତିଆରି କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଆ ଖାଦ୍ୟ ସହିତ ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା। ସମ୍ବଲପୁର ନନ୍ଦପଡ଼ାର ଅନୁରାଗ ମିଶ୍ର ଗ୍ରୁପଙ୍କ ଦ୍ଵାରା ହାରମୋନି ବ୍ୟାଣ୍ଡ ଦ୍ଵାରା ବିଭିନ୍ନ ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ମଞ୍ଚ ପରିଚାଳନା କବିତା ସାହାଣୀ କରିଥିବା ବେଳେ ପ୍ରଣବ ଭୋକ୍ତା, ଦୀପକ ପୁଝାରୀ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।