ବେପରୁଆ ଗାଡି ଚାଳନା, ଦୁଇ ମୃତ, ଦୁଇ ଗୁରୁତର

ଜୟପାଟଣା/କ୍ରାନ୍ତୀକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣାରେ ପିକଅପ ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଜୟପାଟଣା ରାଜକମ୍ପ୍ଲେସ ର ପିକଅପ ଗାଡି ଜୟପାଟଣା ରୁ ବାନେର ପଟ କୁ ଯାଉଥିବାବେଳେ ପ୍ରଥମେ ସଦଗୁରୁ ପେଟ୍ରୋଲ ଟ୍ୟାଙ୍କ ନିକଟରେ ଜଣେ ଶିକ୍ଷକ ଙ୍କୁ ଧକ୍କା ଦେଇ ପୁନର୍ବାର ଗୀତାଭବନ ନିକଟରେ ସିନ୍ଦକାଗୁଡା ରୁ ବଡକାର୍ଲାକୋଟ ନୁଆଁପଡା କୁ ଆସୁଥିବା ଗୋଟିଏ ମୋଟରସାଇକେଲ କୁ ଧକ୍କା ଦେଇଥିଲା। ଏଥିରେ ସିନ୍ଦକାଗୁଡା ଗାଁର ରଞ୍ଜନପ୍ରଭା ମାଝୀ ଓ ତାଙ୍କ ଛୁଆ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଦିଅର କୁମୁଦ ମାଝୀଙ୍କ ମୃତ୍ୟୁ ହୋଇଛି। ଆହତ ମାନଙ୍କୁ ଜୟପାଟଣା ହସ୍ପିଟାଲରେରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଆହତ ଥିବା ଦୁଇ ବର୍ଷ ର ବରୁଣ ମାଝୀ କୁ ଭବାନୀପାଟଣା ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡିଛି। ପୋଲିସ ଗାଡି କୁ ଜବତ କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି।ମୃତକର ପରିବାର କୁ କ୍ଷତିପୂରଣ ଦାବି ହୋଇଛି।