ମା’ ଠାକୁରାଣୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ; ସନ୍ଧିମୁଣ୍ଡା ଦଳ ଚାମ୍ପିଅନ୍

ଝରିଗାଁ/କ୍ରାନ୍ତିକ୍ଷେତ୍ର : ଭୋଦେବ ଗୌଡ଼ଙ୍କ ରିପୋର୍ଟ ଅନୁସାରେ, ସ୍ଥାନୀୟ ଧୋଡ଼ିପାଣି ଗ୍ରାମରେ ଆୟୋଜିତ ମା ଠାକୁରାଣୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍ଯାପିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟ୍‌ର ଫାଇନାଲ୍ ମ୍ୟାଚ୍‌ରେ ସନ୍ଧିମୁଣ୍ଡା ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ଚାମ୍ପିଅନ୍ ହୋଇଥିବା ବେଳେ ଆୟୋଜକ ଧୋଡ଼ିପାଣି ଦଳ ରନର୍ସ-ଅପ୍ ସ୍ଥାନ ଅଧିକାର କରିଛି। ଉଦଯାପନି ଓ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିଥିମାନେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ା ମାଧ୍ୟମରେ ଶୃଙ୍ଖଳା, ଏକତା ଓ ଭାଇଚାରାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥିମାନେ ଯୁବପିଢ଼ିଙ୍କୁ କ୍ରୀଡ଼ା ପ୍ରତି ଅଧିକ ଆଗ୍ରହୀ ହେବାକୁ ଆହ୍ୱାନ ଦେଇଥିଲେ। ଟୁର୍ଣ୍ଣାମେଣ୍ଟ୍‌ରେ ବିଜେତା ସନ୍ଧିମୁଣ୍ଡା ଦଳକୁ ୧୫ ହଜାର ଟଙ୍କା ନଗଦ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର୍ସ-ଅପ୍ ଧୋଡ଼ିପାଣି ଦଳକୁ ୧୦ ହଜାର ଟଙ୍କା ନଗଦ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଉଭୟ ଦଳର ଖେଳାଳିମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଦର୍ଶକମାନଙ୍କ ମନୋରଞ୍ଜନ କରିଥିଲା। ଶେଷରେ ଅତିଥିମାନେ ଟୁର୍ଣ୍ଣାମେଣ୍ଟ୍‌ର ସଫଳ ଆୟୋଜନ ପାଇଁ ଆୟୋଜକ କମିଟି, ସହଯୋଗୀ ଓ ସ୍ଥାନୀୟ କ୍ରୀଡ଼ାପ୍ରେମୀମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏହି କ୍ରୀଡ଼ା ଆୟୋଜନ ଅଞ୍ଚଳରେ ସୌହାର୍ଦ୍ୟ, ଭାଇଚାରା ଓ ଯୁବଶକ୍ତିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି କରିଥିବା ମତ ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *