ଶରତ ସୁନାନୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) :  କଲମପୁର ପ୍ରେସ କ୍ଲବ ଦ୍ୱାରା ସ୍ଥାନୀୟ ମିନିଷ୍ଟାଡିଅମ ଠାରେ ଅନୁଷ୍ଠିତ ଶରତ ସୁନାନୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଫାଇନାଲ ଖେଳଟି କଲମପୁର ପଞ୍ଚାୟତ ଏବଂ ଦେପୁର ପଞ୍ଚାୟତ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ କଲମପୁର ପଞ୍ଚାୟତ ଖେଳାଳୀ ଦଳ ବିଜୟୀ ହୋଇ ଚମ୍ପିୟାନ ହୋଇଛି । ଦେପୁର ଟସ ଜିତି ପ୍ରଥମ ବେଟିଂ କରି ନିର୍ଦ୍ଧାରିତ ୧୦ ଓଭର ବିନିମୟରେ ୮୪ ରନ କରିଥିବା ବେଳେ କଲମପୁର ପଞ୍ଚାୟତ ଖେଳାଳୀ ୭ ଓଭରରେ ସାତ ଉଇକେଟ ହରାଇ ବିଜୟ ହାସଲ କରି ଚମ୍ପିୟାନ ହୋଇଥିଲା। ଫାଇନାଲ ଖେଲଟିକୁ ବବ୍ରୁବାହାନ ରଣା ଏବଂ ବୁଦ୍ଧିମନ୍ତ ଭରା ସଗଡ଼ିଆ ପରିଚାଳନା କରିଥିଲେ। ସଭାପତି ଚକ୍ରଧର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଦିବସରେ ଅତିଥିଭାବରେ କଲମପୁର ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗୀ, ସାଂସଦ ପ୍ରତିନିଧି ଅରୁଣ ଜଗରୀଆ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ସରପଞ୍ଚ ଚନ୍ଦନ କୁମାର ପଣ୍ଡା, କନିଷ୍ଠ ଯନ୍ତ୍ରୀ ପିତାମ୍ବର ହେମ୍ବ୍ରମ, ସୁମନ୍ତ କୁମାର ଦଣ୍ଡପାଟ, ବିଆରସି ମୋତିରାମ ସେଠୀ, ଅଧ୍ୟକ୍ଷ ଦୀପକ କୁମାର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ରଞ୍ଜନ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିବ ଶଙ୍କର ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ। ଟୁନା ସାହୁ ମେନ ଅଫ ଦ ସିରିଜ ପାଇଥିଲେ। ସମ୍ପାଦକ ଗଣେଶ ରାମ ବାଗ, କେଶବ ସୁନାନୀ, ଏମଡି ଇଲାହି, ରାଜେଶ ସାହୁ, ବାସୁଦେବ ଛତ୍ରିଆ, ଭୋଜରାଜ ଛତ୍ରିଆ, ସଞ୍ଜୟ ସାହୁ ଖେଳ ପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *