ସ୍ଥାୟୀ ଲୋକ ଅଦାଲତ ବିଷୟରେ ଆଇନ ସଚେତନତା ଶିବିର

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ତାଲୁକ ଆଇନ ସେବା ସମିତି କେସିଙ୍ଗା ତରଫରୁ ଶୁକ୍ରବାର ଦିନ ସ୍ଥାନୀୟ ଅଦାଲତ ପରିସରରେ ଅଧ୍ୟକ୍ଷା ତଥା ବିଚାରପତି ଦୀପ୍ତା ସେଠୀଙ୍କ ଅଧ୍ୟକ୍ଷତା ରେ ଏକ ଆଇନ ସଚେତନତା ଶିବିର ସ୍ଥାୟୀ ଲୋକ ଅଦାଲତ ( ଲୋକ ଉପଯୋଗୀ ସେବା) ର ପ୍ରତିଷ୍ଠା ଏବଂ କାର୍ଯ୍ୟ ପ୍ରଣାଳୀ ଶୈଳୀ ସହିତ ଆଇନ ସେବା ପ୍ରାଧିକରଣ ଅଧିନିୟମ ୧୯୮୭ ର ବିଭିନ୍ନ ଧାରା ଓ ତତ୍ସଂଲଗ୍ନ ଆଇନ ଉପରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଓକିଲ ସଂଘର ବରିଷ୍ଠ ଆଇନଜୀବି ପ୍ରକାଶ କୁମାର ଦାସ, ଚିତ୍ତରଞ୍ଜନ ଭୋଇ, ଦିନେଶ କୁମାର ଭୋଇ, ସୁକାନ୍ତ କୁମାର ପଧାନ, ସଞ୍ଜୀବ କୁମାର ସ୍ବାଇଁଙ୍କ ସମେତ ଅନ୍ୟ ଆଇନଜୀବି ଓ ପରାଲିଗାଲ ସ୍ବେଛାସେବୀ ଓ ଅଦାଲତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *