ଋତୁକାଳୀନ ଛାତ୍ରାବାସର ସ୍ଥିତି ସମୀକ୍ଷା କଲେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସହକାରୀ ଗବେଷକ

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ଉପାନ୍ତ ଅଞ୍ଚଳରେ ଥିବା ଋତୁକାଳୀନ ଛାତ୍ରାବାସ ଗୁଡ଼ିକର ସାମଗ୍ରିକ ବ୍ୟବସ୍ଥା ଓ ଭିତ୍ତିଭୂମିର ସମୀକ୍ଷା କରାଯାଇଛି। ଆଜି କଟକ ସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ର ସହକାରୀ ଗବେଷକ ମିଲନ କୁମାର ଭୋଇ ଏହି ଅଞ୍ଚଳକୁ ପରିଦର୍ଶନ କରି ସ୍ଥିତି ନିରୀକ୍ଷଣ କରିଛନ୍ତି। ସେ ଆମପାଣି ପଞ୍ଚାୟତ ଅଧୀନ ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ସାନପୋଡାଗୁଡା ଗ୍ରାମର ପଞ୍ଚାୟତ ଅନ୍ତର୍ଗତ କୁଲେରଗୁଡା ଠାରେ ଥିବା ଋତୁକାଳୀନ ଛାତ୍ରାବାସ ପରିଦର୍ଶନ କରିଥିଲେ। ଏହି କ୍ଷେତ୍ର ପରିଦର୍ଶନ ସମୟରେ କୋକସରା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତୋଫାନ ମାଝୀ ଏବଂ ଆମପାଣି ସି.ଆର୍.ସି.ସି କେଦାରନାଥ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଗବେଷକ ଶ୍ରୀଭୋଇ ଛାତ୍ରାବାସର ବିଭିନ୍ନ ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ଏହାର ପରିଚାଳନାକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଶିକ୍ଷାର ଗୁଣାତ୍ମକ ମାନ ଏବଂ ପରିବେଶର ସ୍ୱଚ୍ଛତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଗବେଷକ ଶ୍ରୀଭୋଇ ଛାତ୍ରାବାସର ରୋଷେଇ ଗୃହ, ଶୌଚାଳୟ, ପିଲାମାନଙ୍କ ରହିବା ଓ ଗାଧେଇବା ସ୍ଥାନ, ଖାଦ୍ୟପେୟର ମାନ ଏବଂ ପାନୀୟ ଜଳ ଭଳି ସମସ୍ତ ଆନୁଷଙ୍ଗିକ ଭିତ୍ତିଭୂମି ବୁଲି ଦେଖିଥିଲେ। ଉଭୟ ଛାତ୍ରାବାସରେ ଦାଦନ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ସମସ୍ତ ପ୍ରକାର ଉପଯୁକ୍ତ ସୁବିଧା ଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ। ଏହି ଦୁଇଟି ଛାତ୍ରାବାସ ଆଗାମୀ ଦିନରେ ଦାଦନପ୍ରବଣ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଓ ସୁରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *