ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ଆକ୍ସନ ମୁଡରେ ରହିଛି ନବରଙ୍ଗପୁର ପୋଲିସ। କିଛି ଦିନ ମଧ୍ୟରେ ଅନେକ ଗୋରୁ ଉଦ୍ଧାର ହେବା ସହ ଦୁଇ ଦିନ ତଳେ କୁଖ୍ୟାତ ଗୋରୁ ଚାଲାଣକାରୀ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ପୁଣି ଆଜି ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଓ ମୈଦଲପୁର ପୁଲିସ କୁ ବଡ଼ ସଫଳତା ମିଳିଛି। ପୃଥକ ପୃଥକ ସ୍ଥାନରେ ପୋଲିସ ପେଟ୍ରୋଲିଂ ସମୟରେ ଚଢାଉ କରି ଗୋ ଚାଲାଣକାରୀ ଙ୍କୁ ଗିରଫ କରିବା ସହ ସର୍ବମୋଟ ୩୧ ଗୋଟି ମଇଶି ଓ ୮୧ ଗୋଟି ଗୋରୁ କୁ ଉଦ୍ଧାର କରିବା ରେ ସଫଳ ହୋଇଛି। ସୂଚନା ଅନୁସାରେ ପାପଡାହାଣ୍ଡି ପୋଲିସ ରାତ୍ର ୨ଘଣ୍ଟା ସମୟରେ ପେଟ୍ରଲିଂ ଚାଲିଥିବା ସମୟରେ ପଟାକୋଟ ଛକ ନିକଟରେ ୮ ଜଣ ଚାଲାଣକାରୀ ୮୧ଗୋଟି ଗୋରୁକୁ ଚଲେଇ ନେଉଥିଲେ ଏହି ସମୟରେ ପାପଡାହାଣ୍ଡି ପୋଲିସ ମାଡ଼ି ବସିଥିଲା। ୮ ଜଣ ଚାଲାଣକାରୀ ହେଲେ ତେନ୍ତୁଳିଖୁଣ୍ଟି ଥାନା ପରଜାଗୁଡ଼ା ଗାଁର ମକର ଜାନୀ(୪୦), ମାରାଲି ଗାଁର ଅନନ୍ତ ଗରଢା(୪୦), ମେଣ୍ଟ୍ରି ଗାଁର ମନ ଗୌଡ଼(୪୦), କାମତା ଗାଁର ତେଲି ବାଗ(୫୦), ଟିମନପୁର ଗାଁର ମାଧବ ପୂଜାରୀ(୬୦), ନବରଙ୍ଗପୁର ଥାନା ଅନ୍ତର୍ଗତ ପୂଜାରୀଗୁଡା ଗାଁର ଦିନବନ୍ଧୁ ବାଗ(୫୫), ପାପଡାହାଣ୍ଡି ଥାନା ସାନକୁମୁଲି ଗାଁର କୃଷ୍ଣ ହରିଜନ (୩୧) ଓ ବିଶାଳ ସୁନା(୩୨) ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ଅଭିଯୁକ୍ତ ମାନଙ୍କୁ ୧୦୭/୨୬ ରେ ଏକ ମାମଲା ରୁଜୁ କରି ଗୁରୁବାର କୋର୍ଟ ଚାଲାଣ କରିବା ସହ ଉଦ୍ଧାର ଗୋରୁ ଙ୍କୁ ଗୋଶାଳା ପଠା ଯାଇଥିବା କହିଛନ୍ତି ଏସଡିପିଓ ସତ୍ୟଜିତ କାଣ୍ଡନକେଲ ଓ ତଦନ୍ତକାରୀ ଅଧିକାରୀ ତଥା ଏଏସଆଇ ଉମାକାନ୍ତ ଶବର ସୂଚନା ଦେଇଛନ୍ତି। ସେହିପରି ମୈଦଲପୁର ପୋଲିସ ବୁଧବାର ରାତ୍ର ୨ଘଣ୍ଟା ସମୟରେ ପେଟ୍ରାଲିଂ କରୁଥିବା ବେଳେ ରାଇଘରରୁ ଆନ୍ଧ୍ରପ୍ରଦେଶ ର ପର୍ବତିପୁରମ୍ କୁ ୩୧ ଗୋଟି ମୋଇଶି ଏକ କଣ୍ଟେନର(ଏପି୩୯ଟିଜି୦୬୧୫)ରେ ଚାଲାଣ ହେଉଥିବା ବେଳେ ଚରାମୂଳା ନିକଟରେ ଚଢାଉ କରି ୩୧ଗୋଟି ମୋଇସି ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି ।ଗିରଫ ଅଭିଯୁକ୍ତ ମାନେ ହେଲେ ଉତ୍ତର ପ୍ରଦେଶର ଗଙ୍ଗା ଥାନା ଅଧୀନ ଲକ୍ଷ୍ନଟି ଗାଁର ସୋହେଲ କୁରେଶି (୨୩) ଓ ଶିଖନ୍ଦ୍ର ଥାନା ଅଧୀନ ରୁନାକ୍ତ ଗାଁର ବିଜୟସିଂ ଚୌଧୁରୀ ବୋଲି ଜଣା ପଡିଛି। ଦୁଇ ଜଣଙ୍କୁ ୬୧/୨୬ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିବା ସହ ଉଦ୍ଧାର ହୋଇଥିବା ୩୧ ଟି ମୋଇଶୀ ଙ୍କୁ ସ୍ଥାନୀୟ ଚାଷୀ ମାନଙ୍କୁ ବାଣ୍ଟି ଦିଆଯାଇଥିବା କହିଛନ୍ତି ଥାନା ଅଧିକାରୀ ଯୁଗଳ ଶବର। ଏହି ଚଢାଉ ସମୟରେ ଏଏସଆଇ ଲୋକେଶ କୁମାର ଭୋଇ,ଏଏସଆଇ ଅନନ୍ତ କାଡ୍ରାକା ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

