ମାଁ ସରସ୍ୱତୀ କଳାକୁଞ୍ଜର ବାର୍ଷିକ ଉତ୍ସବ

ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ସରସ୍ଵତୀ କ୍ଷେତ୍ର ଭାବେ ପରିଚିତ ଚନ୍ଦାହାଣ୍ଡି ବ୍ଲକର ଗମ୍ଭାରିଗୁଡ଼ା ଗ୍ରାମ କଳା, ସଂସ୍କୃତି ଓ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। ଚନ୍ଦାହାଣ୍ଡି ବ୍ଲକ୍ ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମାଁ ସରସ୍ଵତୀ କଳାକୁଞ୍ଜ ଅନୁଷ୍ଠାନ ତରଫରୁ ନିରନ୍ତର ଭାବେ କଳା ଓ ସାଂସ୍କୃତିକ କ୍ଷେତ୍ର ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଏକ ସାଂସ୍କୃତିକ ଜାଗରଣ ସୃଷ୍ଠି କରି ପାରିଛି। ଏହି କ୍ରମରେ ଚଳିତ ବର୍ଷ ଅନୁଷ୍ଠାନର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପ୍ରତିଭା ର ଅଧିକାରୀ ଥିବା ଅଞ୍ଚଳର ପାଞ୍ଚ ଜଣ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ ସରସ୍ଵତୀ ସମ୍ମାନରେ ଭୂଷିତ କରାଯାଇଛି। ପ୍ରତିଭାଧାରୀମାନଙ୍କ ମଧ୍ୟରେ କଣ୍ଠ ସଙ୍ଗୀତ ଓ ଗାୟନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଘେନୁ ସାହୁଙ୍କୁ ‘କଣ୍ଠ ସରସ୍ୱତୀ’, ବାଦ୍ୟ ସଙ୍ଗୀତ କ୍ଷେତ୍ରରେ ବିଶେଷ ଦକ୍ଷତା ପ୍ରଦର୍ଶନ କରିଥିବା ଦଶରଥ ସାହୁଙ୍କୁ ‘ବାଦ୍ୟ ସରସ୍ୱତୀ’, ସେବା ଓ ସମର୍ପଣ କ୍ଷେତ୍ରରେ ନିଜକୁ ଉତ୍ସର୍ଗୀକୃତ କରିଥିବା ପ୍ରଦୀପ କୁମାର ପତିଙ୍କୁ ‘ସେବା ସରସ୍ୱତୀ’ ସମ୍ମାନ, ନାଟକ ଓ ଅଭିନୟ କଳା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଶିକ୍ଷକ ପ୍ରକାଶ ପ୍ରଧାନଙ୍କୁ ‘ନାଟ୍ୟ ସରସ୍ୱତୀ’ ସମ୍ମାନ, କବିତା ଓ ଗଳ୍ପସଙ୍କଳନ କ୍ଷେତ୍ରରେ ପ୍ରତିଭା ପାଇଁ ଶିକ୍ଷୟତ୍ରୀ କାଦମ୍ବିନୀ ବେଶ୍ରା ଙ୍କୁ ‘କାବ୍ୟ ସରସ୍ୱତୀ’ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ସଭାପତି ତୁଷାର ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତା ରେ ଉଦ୍ ଘୋଷକ ଘନଶ୍ୟାମ ସାହୁଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ,କଂଗ୍ରେସ ନେତା କ୍ଷେମରାଜ ବାଘ, ଆଇନଜୀବୀ ମୋହମ୍ମଦ ହୁସେନ, ହୁମେଶ୍ୱର ହଂସ, ଚାରି ଗଡ଼ ଝରିଆ ସାହୁ ସମାଜ କୁଳପତି କୀର୍ତ୍ତନ ରାମ ସାହୁ, ତରନ ନାୟକ, ପଦୁ ଲୋଚନ ସାହୁ, ହୃଷିକେଶ ସାହୁ ପ୍ରମୁଖ ଯୋଗଦେଇ ପ୍ରତିଭା ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ଏଭଳି କାର୍ଯ୍ୟକ୍ରମ ଦ୍ଵାରା ଗ୍ରାମାଞ୍ଚଳ ରେ ଲୁଚି ରହିଥିବା ପ୍ରତିଭା ର ଅନ୍ୱେଷଣ ହେବା ସହ ଅନୁଷ୍ଠାନ ର ଏଭଳି କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିଥିଲେ।ଏହି ଅବସରରେ ଶିଶୁ କଳା କାର ମାନଙ୍କୁ ନେଇ ଏକ ପୌରାଣିକ ନୃତ୍ୟ ନାଟିକା ଶ୍ରୀ କୃଷ୍ଣ ଙ୍କ ବାଲ୍ୟ ଲୀଳା ପରିବେଷଣ କରାଯାଇଥିଲା।ସଂଘ ର ସମ୍ପାଦକ ସୌରି ରଞ୍ଜନ ସାହୁ, ରୋହିତ ସାହୁ, ଗୁପ୍ତେଶ୍ୱର ସାହୁ, ନୀତିଶ ସାହୁ ଓ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।