ମ, ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ଶିବମନ୍ଦିର ଠାରେ ଆଗକୁ ହେବାକୁ ଥିବା କଳାହାଣ୍ଡି ଜିଲ୍ଲା ସ୍ତରୀୟ ଅଭିଭାବକ ସମ୍ବିଳନୀ ନିମନ୍ତେ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ଆୟୋଜିତ ହେଇଛି। ବୈଠକରେ ମୁଖ୍ୟ ଅତିଥି ବିଶିଷ୍ଟ ଆଦିବାସୀ ନେତା ତଥା କିସ ର ଶୁଭେଛୁ ପରମାନନ୍ଦ ମାଝୀ, ସମ୍ମାନିତ ଅତିଥି ପଦ୍ମଲୋଚନ ମାଝୀ, ମୁଖ୍ୟବକ୍ତା ଦ୍ରୋଣାଚାର୍ଯ୍ୟ ମାଝୀ ସମେତ ୧୯ ଗୋଟି ଗ୍ରାମ ପଂଚାୟତର କିସ ଅଭିଭାବକ ଓ କିସ୍ ର ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ବୈଠକର ପ୍ରାରମ୍ଭରେ ଦ୍ରୋଣାଚାର୍ଯ୍ୟ ମାଝୀ ସ୍ୱାଗତ ଅଭିଭାଷଣ ସହ ଉପସ୍ଥିତ ସମସ୍ତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଉପସ୍ଥିତ ସମସ୍ତଙ୍କୁ ମୁଖ୍ୟ ଅତିଥି ଶ୍ରୀମାଝୀ ପ୍ରତିବର୍ଷ ଡିସେମ୍ବର ମାସରେ ମେଘା ଅଭିଭାବକ ସମ୍ବିଳନୀ ଭୁବନେଶ୍ୱର କିସ୍ ରେ ହୋଇ ଆସୁଥିଲା କିନ୍ତୁ ଚଳିତ ବର୍ଷ କିସ୍/କୀଟ ର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଇଛା ପ୍ରକାଶ କରିଛନ୍ତି କି ପ୍ରତି ଜିଲ୍ଲାରେ ଅଭିଭାବକ ସମ୍ବିଳନୀ ଆୟୋଜନ କରାଯିବ ଏଣୁ କେମିତି ବହୁ ସଂଖାରେ ଯୋଗଦାନ କରି ଜିଲ୍ଲା ସ୍ତରୀୟ ଅଭିଭାବକ ସମ୍ବିଳନୀକୁ ସଫଲ କରିବା ପାଇଁ କହିଥିଲେ। ସେହିପରି ସମ୍ମାନିତ ଅତିଥି ଶ୍ରୀମାଝୀ ୧୯ ଗୋଟି ଗ୍ରାମ ପଂଚାୟତ ରୁ ଆସିଥିବା ସମସ୍ତ ଅଭିଭାବକ ମାନଙ୍କୁ ଆଜିଠାରୁ ନିଜ ନିଜ ଗ୍ରାମ ଓ ପଞ୍ଚାୟତରୁ କେମିତି ଅଧିକରୁ ଅଧିକ ଲୋକ ସାମିଲ ହେବେ ଓ କିସର ଶୁଭେଛୁ ମାନଙ୍କୁ ଉପସ୍ଥିତି ସହିତ ସଠିକ ଭାବରେ ଆୟୋଜନ କରିବା ପାଇଁ କହିଥିଲେ। ସେହିପରି କିସ୍ ର ପୁରାତନ ଛାତ୍ରମାନେ ପାଠ ପଢି କିପରି ସଫଳତା ପାଇ ସମାଜରେ ମୁଖ୍ୟ ସ୍ରୋତରେ ଆମେ ମାନେ ସାମିଲ ହୋଇଥିବା କହି ଥିଲେ ଓ ଡ଼. ଅଚ୍ୟୁତ ସାମନ୍ତଙ୍କ ଆଦିବାସୀ ମାନଙ୍କ ପାଇଁ ତ୍ୟାଗ ଓ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଜରିଆରେ ସାମୁହିକ ବିକାଶ ହୋଇଥିବା ବିଷୟରେ ବିଷଦ ଭାବରେ ଆଲୋକପାତ କହିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଗୌର ଚନ୍ଦ୍ର ମାଝୀ ଓ ଅନ୍ୟ ସମସ୍ତ ନେତୃମଣ୍ଡଳୀ ପୁର୍ଣ ସହଯୋଗ କରିଥିଲେ। କିସ୍ କଳାହାଣ୍ଡିର ଉପ-କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଷ୍ମନ୍ତ କୁମାର ପାଧାନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
