ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ମ.ରାମପୁର ସଦର ମହକୁମା ପାଇକପଡାର ଶ୍ରୀ ଶ୍ରୀ ରାମଜୀଉ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ଭଲି ଚଳିତ ବର୍ଷ ମଧ୍ୟ ଅପେରା ପାଟି ରବିବାର ଦିନ ରାତ୍ରି ୧୨ ଟାବେଳେ ଅପେରା ପେଣ୍ଡାଲରେ (ଓମ କାର) ଗଣନ ନାଟ୍ଯ କଳାକାର ମାନଙ୍କୁ ଓପଢୋକନ ଫୁଲ ତୋଡା ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ମ, ରାମପୁର ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଶ୍ରୀଶ୍ରୀ ରାମଜୀଉ ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ଜୀବେଶ କୁମାର ପଣ୍ଡା, ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ବାଗ, ଜୟନ୍ତ ନାଏକ, ପ୍ରଦୀପ କୁମାର ସିଂହ, ପ୍ରମୁଖ ଅନୁଷ୍ଠାନର ବରିଷ୍ଠ ସଦସ୍ୟଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ ହୋଇଥିବା ବେଳେ ଓମ୍ କାର ଅପେରା ପାର୍ଟି କଳାକାର ହଜାର ହଜାର ଦର୍ଶକଙ୍କ ମନମୋହି ଥିଲେ।
