କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ (ମଧୁସୂଦନ ଠାକୁର) : ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଟି .ଆଇ ପ୍ରୋଜେକ୍ଟ କେସିଙ୍ଗା, ଆରୋଗ୍ୟ ମନ୍ଦିର ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ କାଣ୍ଡେଲ ର ସହଯୋଗିତା ରେ କାଣ୍ଡେଲ ହାଇସ୍କୁଲ ଠାରେ ବିଶ୍ଵ ଏଡସ ଦିବସ ପାଳନ ହୋଇଯାଇଛି । ଯୁକ୍ତ ଦୁଇ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଶୋଭାଯାତ୍ରା କରାଯାଇଥିଲା ଓ ପରେ ସଭା କାର୍ଯ୍ୟ କରାଯାଇଥିଲା । ଏହି ସଭାରେ ଆରୋଗ୍ୟ ମନ୍ଦିର କାଣ୍ଡେଲର ଡ. ହରେକୃଷ୍ଣ ଧଳ, ଡ଼.ପ୍ରଣତି କଂଶରାଡି , ଏଏନ ଏମ୍ ଆଶଳତା ହୋତା ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ ର ଅଧ୍ୟାପକ ଉପେନ୍ଦ୍ର ଭୋଇ , ଟି ଆଇ ଯୋଜନା ର ପ୍ରୋଗ୍ରାମ ମେନେଜର ଶୁକଦେବ ଭୋଇ ଅତିଥି ରୂପେ ଯୋଗଦେଇ ଏଚ ଆଇ ଭି ଏଡସ କୁ ନେଇ ସଚେତନ ବାର୍ତ୍ତା ଦେଇଥିଲେ। କଲେଜ୍ ଛାତ୍ର/ଛାତ୍ରୀ ମାନଙ୍କୁ ନେଇ କୁଇଜ ଓ ଟାର୍ଗେଟ ଗ୍ରୁପ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରା ଯାଇଥିଲା । ହାଇ ସ୍କୁଲ ଶିକ୍ଷକ ହେମନ୍ତ ମାଝୀ, ଟିଆଇରଭି, ମୁରଲୀ କ୍ରିଷ୍ଣା କବିତା ତାଣ୍ଡି, ଅନୁରାଧା, ବର୍ଷା, ଡମ୍ବରୁ, ବଦ୍ୟ, କାଉନସିଲର କ୍ଷିରସିନ୍ଧୁ ରଣା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଓ ଆର ଡବ୍ଲୁ କମ୍ବୁ ପାଣି ବାଗ ପରିଚାଳନା କରିଥିଲେ।
