କେସିଙ୍ଗା ମହାବିଦ୍ୟାଳୟରେ ବିଶ୍ଵ ଏଡସ ଦିବସ ପାଳିତ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟ ରେ ବିଶ୍ଵ ଏଡସ ଦିବସ ଇତି ମଧ୍ୟରେ ପାଳିତ ହୋଇଯାଇଛି। ଏଥି ପାଇଁ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ ଙ୍କ ସଭାପତିତ୍ବରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଯୁବ ରେଡ କ୍ରସ ଏବଂ ରେଡ ରିବନ ସେଲ୍ସ ଦ୍ଵାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଏଡସ ରୋଗର ଭୟଭିୟତା ଓ ଏହାର ନିରାକରଣ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ଡାକ୍ତର ଝାସକେତନ୍ ସାହୁ ଯୋଗ ଦେଇ ଏଡସ କେମିତି ହୁଏ, କାହିଁକି ହୁଏ ଏବଂ ଏହି ରୋଗରୁ କିପରି ରକ୍ଷା ମିଳିବ ସେ ସମ୍ପର୍କରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ। ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଅଶ୍ଵିନୀ କୁମାର ପଟ୍ଟନାୟକ ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଏଡସ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ୟୁଥ୍ ରେଡକ୍ରସ୍ ଏବଂ ରେଡ ରିବନ୍ ସେଲ କାଉନସିଲର ଅଧ୍ୟାପକ ରାଇ ମୋହନ ମାଝୀ ଧନ୍ୟବାଦ୍ ଅର୍ପଣ କରିଥିବାବେଳେ ଅଧ୍ୟାପକ ଉମେଶ ଚନ୍ଦ୍ର ବାରିକ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।