ଧର୍ମଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଶିଶୁ ଓ ମହିଳା ସମନ୍ୱିତ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ରେ ବ୍ଲକ ର ସମସ୍ତ ଅଙ୍ଗନବାଡି ସେଣ୍ଟରର କର୍ମୀ ଓ ପାଚିକା ମାନଙ୍କୁ ଅଗ୍ନିଶମ ବିଭାଗ ତରଫରୁ ଅଫିସ କାର୍ଯ୍ୟାଳୟ ପରିସରରେ ମକଡ୍ରିଲ କାର୍ଯ୍ୟକ୍ରମ କରାଯାଇଥିଲା। ଏଲ.ପି.ଜି ଗ୍ୟାସ ସିଲିଣ୍ଡର ରେ ନିଆଁ ଲାଗି ଗଲେ କିଭଳି ଲିଭାଯିବ, ଏହା ସହିତ ନିଆଁ ଦାଉରୁ କେମିତି ରକ୍ଷା ଓ ସୁରକ୍ଷିତ ରହିପାରିବ ସେ ଉପରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ମକଡ୍ରିଲ କରିଥିଲେ।କାର୍ଯ୍ୟକ୍ରମ ରେ ସିଡିପିଓ ଧରିତ୍ରୀ ପାଣିଗ୍ରାହୀ ସୁପରଭାଇଜର ସତ୍ୟପ୍ରିୟା ପାତ୍ର, ରୁପା ସାହୂ, ବୈଜୟନ୍ତୀ ମୋହରଥା, ପୂର୍ଣ୍ଣମୀ ସେନାପତି ସମେତ ସମସ୍ତ ସମସ୍ତ ଅଙ୍ଗନବାଡି ଓ ପାଚିକା ମାନଙ୍କୁ ମକଡ୍ରିଲ ପ୍ରଦାନ କରାଯାଇଥିଲା. ଅଗ୍ନିଶମ ବିଭାଗ ର ଷ୍ଟେସନ ଅଫିସର ଚନ୍ଦ୍ର ଶେଖର ମାଝୀ, ସଂକୀର୍ତନ ସାହୁ, ଶୈଶବ ନିଆଲ, ଅମ୍ବାରିଶ ଭୋଇ, ବାସୁଦେବ ଭୋଇ, ରୁଷି ବରିହା, ଆଶୁତୋଷ ମାର୍ଥା, ଦେବାଶିଶି ମୁଦୁଲି , ପ୍ରମୁଖ ମକଡ୍ରିଲ ପ୍ରଦାନ କରିଥିଲେ।
