କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ୱାର୍ଡ ନ ୧୨ ରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷୟତ୍ରୀ ସବିତା ରଥ କେସିଙ୍ଗାର କିଛି ବରିଷ୍ଠ ସାମ୍ବାଦିକ ମାଙ୍କକୁ ଦୁର୍ବ୍ୟବହାର କରିବା ସହିତ କିଛି ପ୍ରଶ୍ନ ପଚାରିଲା ବେଳକୁ ମୋବାଇଲ ଛଡ଼ାଇବା ଘଟଣା ଅଞ୍ଚଳରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ମଙ୍ଗଳବାର ଦିନ କିଛି ସାମ୍ବାଦିକ ବିଦ୍ୟାଳୟର ଅନେକ ଅନିୟମିତତା ଅଭିଯୋଗ ପାଇବା ପରେ ଏହାର ସତ୍ୟା ସତ୍ୟ ଜାଣିବା ପାଇଁ ବିଦ୍ୟାଳୟକୁ ଯାଇଥିଲେ। କିନ୍ତୁ ପ୍ରଧାନ ଶିକ୍ଷୟତ୍ରୀ ଜଣକ କ୍ୟାମେରା ଓ ସାମ୍ବାଦିକଙ୍କ ବୁମ୍ ଦେଖି ଚିହିଁକି ପଡ଼ିଥିଲେ ଓ ସୁଟିଂ କରିଥିବା ସାମ୍ବାଦିକଙ୍କୁ ଧକ୍କା ମାରି ମୋବାଇଲ ଛଡ଼ାଇବା ପାଇଁ ଚେଷ୍ଟା କରିଥିବା କ୍ୟାମେରାରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ବିଦ୍ୟାଳୟ ଉପରେ ଅନେକ ଅଭିଯୋଗ ଥିଲେ ମଧ୍ୟ ମୁଖ୍ୟତଃ ଶୌଚାଳୟ କୁ ସଦାବେଳେ ତାଲାମାରି ରଖିବା ସହିତ ବିଗତ ୧୫ ବର୍ଷ ଧରି ପାଚିକା ଦାଇତ୍ୱରେ ଥିବା ପାଚିକାକୁ କୌଣସି କାରଣରୁ ହଠାତ୍ କାର୍ଯ୍ୟରୁ ନିବୃତ କରି ମନଇଛା ନୂତନ ପାଚିକା ଙ୍କୁ ନିଯୁକ୍ତି ଦେବା ଘଟଣା ଅଭିଯୋଗ ମିଳିବା ପରେ ସାମ୍ବାଦିକ ମାନେ ସଂପୃକ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କ ପ୍ରତିକ୍ରିୟା ନେବା ପାଇଁ ଯାଇଥିଳେ। ଶିକ୍ଷୟତ୍ରୀ ମେଡମ୍ ପ୍ରତିକ୍ରିୟା ନ ଦେଇ ଓଲଟା ସାମ୍ବାଦିକ ମାନଙ୍କୁ ନାଲି ଆଖି ଦେଖାଇବା କ୍ୟାମେରା ଛଡ଼ାଇବା କେତେ ଦୂର ଯୁକ୍ତିଯୁକ୍ତ। ଯାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
