ଜାତୀୟ ଭିନ୍ନକ୍ଷମ ଦିବସ ପାଳନ

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ସ୍ଥିତ ଭୀମ ଭୋଇ ଦିବ୍ଯାଙ୍ଗ ପ୍ରତିଷ୍ଠାନ ପରିସରରେ ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଛି। ପ୍ରତିଷ୍ଠାନର ସଭାପତି ତଥା ମ, ରାମପୁର ପୂର୍ବତନ ସରଞ୍ଚ ଚିତ୍ତରଞ୍ଜନ ବାଗଙ୍କ ସଭାପତିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମ, ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠ, ମୁଖ୍ୟ ବକ୍ତା ମ, ରାମପୁର ବ୍ଲକ ସାଂସଦ ପ୍ରତିନିଧି ପଦ୍ମଲୋଚନ ମିଶ୍ର, ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପବିତ୍ର ମୋହନ ଗଡତିଆ, ବିଧାୟୀକା ବ୍ଲକ ପ୍ରତିନିଧି ତଥା ବ୍ଲକ ବିଜେଡି ଦଳ ବ୍ଲକ ସଭାପତି ସତ୍ୟନାରାକୟଣ ସାହୁ, ଅନୁଷ୍ଠାନର ସମ୍ପାଦିକା ଟୁନୀ ପଣ୍ଡା, ଯୋଗଦେଇ ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ପରେ ଅନୁଷ୍ଠାନ ର ବିବରଣୀ ପାଠ କରିଥିଲେ ସହିତ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ମଞ୍ଚ ପରିଚାଳନା କରିଥିଲେ ସୁଶ୍ରୀ ସାହୁ ସହଯୋଗ କରିଥିଲେ ସୁଶାନ୍ତ କୁମାର ମିଶ୍ର। ଅନୁଷ୍ଠାନ ର କିଛି ଭିନ୍ନ କ୍ଷମ ମାନଙ୍କୁ ମାନପତ୍ର ଓପଢୋକ ଦେଇ ସମ୍ମାନିତ କରିଥିଲେ।