ବାଲିଗୁଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ସାମୁଏଲ ପ୍ରଧାନ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ. ନୂଆଗାଁ ବ୍ଲକ ମୂର୍ତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ କ. ନୂଆଗାଁ ବ୍ଲକରେ ଥିବା ୧୪ ଟି ପଞ୍ଚାୟତର ୮୫ ଜଣ ଚାଷି ମାନଙ୍କୁ ସିଲଭର ଗଛ ଚାଷ କରିବା ନିମନ୍ତେ ଚୟନ କରାଗଲା। ଏହା ପରେ ଚାଷୀଙ୍କୁ ମୂର୍ତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ସିଲଭର ଚାରା ପ୍ରଦାନ କରାଗଲା। ହେଲେ ଚାଷି ଦୁଇ ହେକ୍ଟର ଜମିରେ ଗାତ ଖୋଳି ଗଛ ଲଗାଇଥିଲେ। ଗଛ ଟିକୁ ଗାତ ଖୋଳି ପୋତିବା ପାଇଁ ପାରିଶ୍ରମିକ ନିମନ୍ତେ ସରକାରଙ୍କ ଠାରୁ ଧାର୍ଯ୍ୟ ହୋଇଥିବା ୧ ଲଖ୍ୟ ୭ ହଜାର ଟଙ୍କା ସହ ଗଛ କୁ ସୁରକ୍ଷିତ ରଖିବା ପାଇଁ ତାର ବାଡ଼ ପାଇ ପାରି ନାହାଁନ୍ତି। ଦାୟିତ୍ୱ ରେ ଥିବା ଅଧିକାରୀକୁ ବାରମ୍ବାର ଗୁହାରି କରିଥିଲେ ସୁଦ୍ଧା ଦୀର୍ଘ ମାସ ହେବ ଟଙ୍କା ପାଇ ନ ପାରି ନିରାଶ ହୋଇଛନ୍ତି। ଦାୟିତ୍ୱ ରେ ଥିବା ଅଧିକାରୀ ପି ଆଇଏ ରବି ନାରାୟଣ ଭୂୟାଁ କହିଛନ୍ତି ଫୁଲବାଣୀ ପିଡି ଚାଷିକ ଟଙ୍କା ଛାଡ଼ୁ ନାହାଁନ୍ତି ସେ ନିଜ କର୍ତ୍ତବ୍ୟ କୁ ଅବ ହେଳା କରୁଛନ୍ତି। ଏବଂ ପୁଲବାଣୀ ଉପ ନିର୍ଦେଶକ ଅରୁଣ କୁମାର ଆଚାର୍ଯ୍ୟ ଙ୍କୁ ଚାଷି ଏ ବାବଦରେ ଫୁଲବାଣୀ ଯାଇ କାର୍ଯ୍ୟାଳୟରେ ସାକ୍ଷାତ କରି ଅଭିଯୋଗ ଜଣାଇବା ପରେ ଉପନିର୍ଦେଶକ କହିଛନ୍ତି ଚାରୀ ଦିନ ଭିତରେ ସମସ୍ତ ଚାଷୀଙ୍କୁ ଟଙ୍କା ଦିଆଯିବ। ତେବେ ଚାଷୀଙ୍କୁ ଟଙ୍କା ଦବା ବଦଳରେ ନିଜ ନିଜ ଭିତରେ ଦୋଷ ଲଦା ଲଦି ହେଉଛନ୍ତି ମୂର୍ତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀ। ଯାହାକି ଚାଷି ମାନଙ୍କ ମଧ୍ୟ୍ୟରେ ଅସନ୍ତସ ପ୍ରକାଶ ପାଇଛି।
