ମ,ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ମ,ରାମପୁର ତଳସାଗର ପଡ଼ାଠାରେ ମାଣବସା ଗୁରୁବାର ମହାଲକ୍ଷ୍ମୀ ପୂଜା ମଣ୍ଡପ ଉଦଘାଟନ କଲେ ନର୍ଲା ନିର୍ବାଚନ ମଣ୍ଡଳୀ ବିଧାୟୀକା ମନୋରମା ମହାନ୍ତି। ଏକ ବର୍ଷ ହେବ ମଣ୍ଡପ ଅର୍ଦ୍ଧନିର୍ମିତ ହୋଇ ପଡ଼ିରହିଲା। ତଲସାଗର ପଡାର ମହିଳା ମାନଙ୍କ ଅନୁରୋଧ କ୍ରମେ ବିଧାୟିକା ମହାନ୍ତି ମଣ୍ଡପ ସଂପୂଣ୍ଣ କରିବା ପାଇଁ ୫ ଲକ୍ଷ ଟଙ୍କା ଅନୁଦାନ ଦେବା ପାଇଁ ପ୍ରତି ଶୃତି ଦେଇ ଥିଲେ। ଆଜି ତାହା ସଂପୂଣ୍ଣ ହୋଇଛି। ଉକ୍ତ ମଣ୍ଡପ କୁ ବିଧାୟିକା ନିଜ କରକମଳେ ଉଦଘାଟନ କରିଛନ୍ତି। ମଣ୍ଡପରେ ଚାଲିଥିବା ମାଣବସା ଗୁରୁବାର ମହାଲକ୍ଷ୍ମୀ ପୂଜା କର୍ତ୍ତା ସଞ୍ଜୀବ ସାହୁ, ତାଙ୍କର ଧର୍ମପତ୍ନୀ ଜ୍ୟୋସ୍ନା ରାଣୀ ସାହୁଙ୍କ ଦ୍ଵାରା ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ପୂଜକ ଭାବେ ଅଶୋକ ତ୍ରିପାଠୀ, ଉଦ୍ଧବ ପଣ୍ଡା ଅର୍ଛୁ ତ୍ରିପାଠୀ ଦାୟିତ୍ଵ ନିର୍ବାହ କରିଥିଲେ। ଗୁରୁବାର ଛପନ ଭୋଗ ଓ ସନ୍ଧ୍ୟାରେ ଦୀପ ଯଜ୍ଞ ଆୟୋଜନ କରା ଯାଇଥିଲା। ଏହି ଅବସରରେ ବିଧାୟୀକା ମହାନ୍ତିଙ୍କୁ ପୂଜା କମିଟି ଦ୍ବାରା କିଶୋର ନାଏକ, କୁନି ସାହୁ, ସବିତା ସାହୁ, ନିର୍ମଳା ବିଶି, ମୀରା ଦଣ୍ଡସେନା ପ୍ରମୁଖ ମାନପତ୍ର ଦେଇ ସମ୍ମାନୀତ କରିଥିଲେ। ସମ୍ମାନୀତ ଅତିଥି ଭାବେ ରାଜ୍ୟ ସରପଞ୍ଚ ସଂଘ୍ ସଭାପତି ତଥା ବମକ ପଞ୍ଚାୟତ ସରପଞ୍ଚ ରୋମାଞ୍ଚ ସାହୁ, ମ,ରାମପୁର ବ୍ଲକ ବିଜେଡି ସଭାପତି ତଥା ବିଧାୟୀକା ବ୍ଲକ ପ୍ରତିନିଧି ସତ୍ୟ ନାରାୟଣ ସାହୁ, ପ୍ରଦୀପ ପାଣିଗ୍ରାହୀ, ପ୍ରେମ୍ ସାଗର ନାଏକ, ଭବାନି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ପରିଚାଳନା କରିଥିଲେ। ପରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଙ୍କୁ ଅନ୍ନ ଭୋଗ ବଣ୍ଟନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ଯଦୁମଣି ବିଶି, ପରମେଶ୍ବର ସାହୁ, ନିରଞ୍ଜନ ସାହୁ, ସର୍ବେଇଶ୍ଵର ସାହୁ, ଜୟନ୍ତୀ ସାହୁ,ରଜନି କାନ୍ତ ବିଶି, ପ୍ରମୁଖ ସହଯୋଗ କରିଥିବାବେଳ ରୋଷେଇ ବିଭାଗରେ ରବୀନ୍ଦ୍ର ବିଶି,ମଳୟ କାଣ୍ଡ ପ୍ରମୁଖ ସହଯୋଗ କରିଥିଲେ।
