କୋଷାଗୁମୁଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ବହୁ ଚର୍ଚ୍ଚିତ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କକଡୀ ସେମଳା ପ୍ରେସର କୁକର ଫାଟି ଆହତ ଛାତ୍ର ଧନେଶ୍ୱର ଭତ୍ରା କୁ ସ୍କୁଲ ପାଚେରୀ ଡେଉଁ ହୋଷ୍ଟେଲ ରୁ ଉଦ୍ଧାର କରି ବିଜେଡି ନେତା ପ୍ରଦୀପ ମାଝୀ ଘଟଣାରେ ହସ୍ତକ୍ଷେପ କରି ଆଜି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ଖୋଦ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସିଛନ୍ତି। ଏବଂ କକଡୀ ସେମଳା ସ୍କୁଲ କୁ ଯାଇ ଆହତ ଛାତ୍ର ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ଆହତ ଛାତ୍ରଙ୍କ ଠାରୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ପଚାରି ବୁଝିଥିଲେ । ଏହାସହ ସ୍କୁଲ ର ଅନ୍ୟ ଛାତ୍ର ଏବଂ ସ୍କୁଲ ରୋଷେଇୟା ଓ ଅନ୍ୟ କତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ। ସ୍କୁଲ ଛାତ୍ର ଆହତ ହେବା ପରେ ତାକୁ ମେଡ଼ିକାଲ ନ ନେଇ ଏକ ମେଡ଼ିକାଲ ଷ୍ଟୋର ରୁ ମେଡ଼ିସିନ ଆଣି ଦେଇଥିବା ଜାଣି ବିରକ୍ତି ପ୍ରକାଶ କରିଥିଲେ। ଏହାସହ ପ୍ରଦୀପ ମାଝୀ ସ୍କୁଲ କତ୍ତୃପକ୍ଷଙ୍କ ବିନା ଅନୁମତିରେ ରାତି ଅଧରେ ସ୍କୁଲ ପାଚେରୀ ଡେଇଁ ସ୍କୁଲ ପରିସର ମଧ୍ୟରୁ ଛାତ୍ର କୁ ନିଜ ସହ ନେବା ଘଟଣା ନା ପସନ୍ଦ କରିବା ସହିତ ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ସ୍କୁଲ କତ୍ତୃପକ୍ଷ ଓ ନିଜ ଅଭିଭାବକଙ୍କ ବ୍ୟତୀତ ଅନ୍ୟ କାହା ସହିତ ବାହାର କୁ ଯିବାକୁ ବୁଝାଇ ଥିଲେ। ଏହାପରେ ସ୍କୁଲ ହୋଷ୍ଟେଲ ବୁଲି ଛାତ୍ର ମାନଙ୍କୁ ସ୍କୁଲ ପାରିଚଳନା ନେଇ ପଚାରି ବୁଝିଥିଲେ।
