କରଞ୍ଜିଆ/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ୍ : ହାତୀ ଆକ୍ରମଣରେ ଯୁବକ ମୃତ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ପାର୍ବତୀପୁର ଗାଁ ଆମ୍ବ ବଗିଚାରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଜାମଦାପାଳ ଗ୍ରାମର ଜୁନା ନାଏକ। ହାତୀ ଆକ୍ରମଣରେ ଗୁରୁତର ଆହତ ଅବସ୍ଥାରେ ବନବିଭାଗ ଉଦ୍ଧାର କରି ତାଙ୍କୁ ପ୍ରଥମେ ଶୁକୃଳି ମେଡିକାଲ ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ବନବିଭାଗ ଓ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
