ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ରେ ଲାଗିଲା ନିଆଁ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ (ମଧୁସୂଦନ ଠାକୁର) : ନିଆଁ ଲାଗି ଜଲିଗଲା ଲକ୍ଷାଧିକ ଟଙ୍କାରର ସାମଗ୍ରୀ। ଅଳ୍ପକେ ବର୍ତିଲେ କର୍ମଚାରୀ ଓ ଲୋକେ। ଦେଖଣା ହାରୀ ସାଜି ଦେଖୁଥିଲେ ଲୋକ ହୁହୁ ହୋଇ ଜଳି ଗଲା କାର୍ଯ୍ୟାଳୟ ର ସବୁ ଆସବାସ ପତ୍ର।  ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ କନ୍ତେସିର ଗ୍ରାମ ପଞ୍ଚାୟତର ତହିଁଶିର ଗାଁ ରେ ଥିବା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ଅପରାହ୍ନ ପ୍ରାୟ ଅପରାହ୍ନ ସାଢେ଼ ତିନିଟା ସମୟରେ କୌଣସି କାରଣ ରୁ ନିଆଁ ଲାଗି ଯାଇଥିବା ଜଣାପଡିଥିଲା। ଖବର ମୁତାବକ ନିଆଁ ଲାଗିବାରର କିଛି ସମୟ ପୂର୍ବରୁ ଏଠାରେ ଏକ ସରକାରୀ ମିଟିଂ ଚାଲିଥିଲା। ଶୁଣିବାକୁ ମିଳୁଛି ନିଆଁରେ ଦୁଇଟି ଲାପଟପ୍, ଗୋଟିଏ ପ୍ରିଣ୍ଟର, ଦୁଇଟି ଫ୍ରିଜ୍, ଛ ଗୋଟି ଆଳମିରା, ଦୁଇଟି ବେଡ୍ ଓ ଅନ୍ୟାନ୍ୟ ମୂଲ୍ୟବାନ କାଗଜ ପତ୍ର ଜଳି ଯାଇଥିବା ସୂଚନା ରହିଛି। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଥିବା ଅନୁମାନ କରାଯାଉଥିବା ବେଳେ କେସିଙ୍ଗା ରୁ ଦୁଇଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ସୂଚନା ମିଳିଛି।