ପ୍ରାଇଭେଟ୍ ଜାଗାରେ ସରକାରୀ ରାସ୍ତା

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପଥର୍ଲା ପଞ୍ଚାୟତ ମାଲପଡ଼ା ଗ୍ରାମର ୱାର୍ଡ ୯ ରେ ତିନି ଚାରି ଘର ଥିବା ଭୋଇ ପଡ଼ାରେ ବ୍ଲକ ପକ୍ଷରୁ ପଞ୍ଚମ ସିଏ ସି ଫଣ୍ଡ ରୁ ୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା କଂକ୍ରିଟ ରାସ୍ତା ଟି ପ୍ରାଇଭେଟ୍ ପ୍ଲଟ ସହିତ ଦୁଇ ରୁ ତିନି ପରିବାର ର ସୁବିଧା ପାଇଁ ତିଆରି ହୋଇଥିବା ଅଭିଯୋଗ ହୋଇଛି। ଦୁଇ ଲକ୍ଷ ଟଙ୍କାରେ ତିନି ମିଟର ବ୍ୟବଧାନରେ ଦୁଇଟି ରାସ୍ତା ମନଇଛା ଓ ଲୋକଙ୍କ ବିରୋଧ ସତ୍ତ୍ଵେ କାମ ହୋଇଥିବା ଜଣାପଡିଛି। ଏଠାରେ ପ୍ରକାଶ ଥାଉକି ଉକ୍ତ ପଥର୍ଲା ସମିତି ସଭ୍ୟଙ୍କ କହିବା ଅନୁସାରେ ଉକ୍ତ ଭୋଇ ପଡ଼ାରେ ସିସି ରାସ୍ତା ନିର୍ମାଣ ପାଇଁ ଆଗରୁ କେସିଙ୍ଗା ବିଡ଼ିଓ ଙ୍କୁ ଦରଖାସ୍ତ ମାଧ୍ୟମରେ ଗୁହାରି କରାଯାଇଥିଲା ଯାହାର ଅବିକଳ ନକଲ ଦରଖାସ୍ତ ଆମ ପାଖରେ ଥିଲେ ମଧ୍ୟ ଦୁଇ ତିନି ଟି ପରିବାର ପାଇଁ ଦୁଇ ଲକ୍ଷ ଟଙ୍କା ର ରାସ୍ତା କେତେଦୂର ଯୁକ୍ତିଯୁକ୍ତ ତାହା ଘଟଣା ସ୍ଥଳରେ ପହଞ୍ଚିଲେ ଜାଣି ହେଉଛି। ଏଠାରେ ପ୍ରଶ୍ନ ଉଠୁଛି ସତରେ କଣ ସରକାର ଙ୍କ ପାଖରେ ଏତେ ପଇସା ଅଛିଯେ ଦୁଇ ତିନି ଘର ପାଇଁ ଲକ୍ଷ ଲକ୍ଷ ଟଙ୍କା ର ରାସ୍ତା ନିର୍ମାଣ ଚାଲିଛି।ସେମିତି ବି ପଥର୍ଲା ଗ୍ରାମ ପଞ୍ଚାୟତ ରେ ଅନେକ ରାସ୍ତା ନ ହୋଇ ପଡ଼ିରହିଛି ବର୍ଷା ଦିନେ ଲୋକେ ନାହିଁ ନ ଥିବା ଅସୁବିଧାର ର ସମ୍ମୁଖୀନ ହେଉଥିବା ବେଳେ ଦୁଇ ତିନି ପରିବାର ପାଇଁ ଦୁଇ ଲକ୍ଷ ଟଙ୍କାର ରାସ୍ତା ପାଇଁ ଅଞ୍ଚଳରେ ଅସନ୍ତୋଷ ବଢିବାରେ ଲାଗିଛି।ଆମେ ଉକ୍ତ ବିଷୟ ଉପରେ ପ୍ରଥମେ ଦାଇତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଙ୍କୁ ପଚାରିବାରୁ କୁ ଘଟଣା ସ୍ଥଳରେ ପହଞ୍ଚି ଦେଖିବି ବୋଲି ପ୍ରକାଶ କରିଥିଲେ ପରେ ଆମେ ଉକ୍ତ କନିଷ୍ଠ ଯନ୍ତ୍ରୀ ଙ୍କ ଉତ୍ତରରେ ସନ୍ତୁଷ୍ଟ ନ ହେବାରୁ କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁ ଙ୍କୁ ଉକ୍ତ ବିଷୟ ଉପରେ ପଚାରିବାରୁ କନିଷ୍ଠ ଯନ୍ତ୍ରୀ ଙ୍କ ସହିତ ଆଲୋଚନା କରି ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।