ଏମ୍.ଏମ୍.ପି.ଏସ୍ କଲେଜ ପରିସରରେ ବନ ମହୋତ୍ସବ ପାଳିତ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍: ଥୁଆମୂଳ ରାମପୁରର ସ୍ଥାନୀୟ ମା ମାଣିକେଶ୍ୱରୀ ପ.ସ .ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ୭୬ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ତାଲୁକ ଆଇନ ସେବା କମିଟି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସିଭିଲ ଜଜ ତଥା ଜେ.ଏମ.ଏଫ.ସି. ମାଜିଷ୍ଟ୍ରେଟ ଡ.ତାରିଣୀ ପ୍ରସାଦ ସାହୁ ଯୋଗ ଦେଇ ଚମ୍ପାଫୁଲ ଗଛ ସହିତ ଅନ୍ୟାନ୍ୟ ଫଳଗଛ ଲଗାଇ ଅଞ୍ଚଳକୁ ଏକ ଚିର ସବୁଜ ଅଂଚଳ ଭାବରେ ଗଢି ତୋଳିବା ପାଇଁ ସମସ୍ତଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ତାଲୁକ ସେବା କମିଟିର ଅଶୋକ କୁମାର ସାହୁ, ଥୁଆମୂଳ ରାମପୁର ବନାଞ୍ଚଳ ଅଧିକାରୀ ତ୍ରିନାଥ ସେଠି, ଫରେଷ୍ଟର ଅରୁଣ କୁମାର ହରିଚନ୍ଦନ, ଫରେଷ୍ଟର ଏ କାଦଶୀ ନାଏକ, ଏମ.ଏମ.ପି.ଏସ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, ସାମ୍ବାଦିକ ତଥା ଯୁବ ଆଇନଜୀବୀ ମନୋରଞ୍ଜନ ନାଏକ, ଦିଲ୍ଲୀପ ନାଏକ, ଡିଗ୍ରୀ କଲେଜ ଅଧ୍ୟାପକ ଓ କର୍ମଚାରୀ, ତାଲୁକ ସେବା କମିଟିର ସଦସ୍ୟ ତଥା ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।