ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ): ପାପଡାହାଣ୍ଡି ପୋଲିସ ପାତ୍ରଗୁଡା ଗ୍ରାମରୁ ଏସଏଚଜି ମହିଳାଙ୍କ ଟଙ୍କା ନେଇ ଫେରାର ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ମହିଳା ମାନଙ୍କୁ ନେଇ ଏସଏଚଜି ଗୃପ ମାଧ୍ୟମରେ ପ୍ରୋଲଭନ ଦେଖାଇ ବେସରକାରୀ ବ୍ୟାଙ୍କ ମାନଙ୍କ ଠାରେ ରୁଣ କରି ଟଙ୍କା ଉଠାଣ କରିଥିଲେ. ପ୍ରାୟ ୧୫ ଜଣ ମହିଳା ଙ୍କ ଠାରୁ ୩ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଓ ଗ୍ରାମବାସୀ ବନ୍ଧକ ରଖିଥିବା ସୁନା ଗୋହଣା ନେଇ ଗତ ନଭେମ୍ବର ମାସ ରୁ ଅସିତ ମହାନ୍ତି ଓ ମଧୁସ୍ମିତା ମହାନ୍ତି ଫେରାର ହୋଇଯାଇଥିଲେ । ଅଭିଯୁକ୍ତ ଅସିତ ମହାନ୍ତି ଜଣକ ୩ଲକ୍ଷରୁ ଉର୍ଦ୍ଧ ଟଙ୍କା ସହ ବନ୍ଧକ ସୁନା ନେଇ ଫେରାର ଥିଲେ ।
କେନ୍ଦ୍ରାପଡ଼ା ଜିଲ୍ଲା ଚନ୍ଦୋଲା ଗ୍ରାମର ଅସିତ ମହାନ୍ତି ଓ ତାଙ୍କ ସ୍ତ୍ରୀ ମଧୁସ୍ମିତା ମହାନ୍ତି ଦୀର୍ଘ ୧୦ ବର୍ଷ ହେଲା ପାପଡାହାଣ୍ଡି ବ୍ଲକ ପାତ୍ରଗୁଡା ଗ୍ରାମରେ ରହିଆସୁଥିଲେ । ଏନେଇ ପାତ୍ରଗୁଡା ଗ୍ରାମର ମନମତି ପୂଜାରୀ ଓ ୧୫ ଜଣ ମହିଳା ୨୦୨୪ ନଭେମ୍ବର ମାସରେ ପାପଡାହାଣ୍ଡି ଥାନା ରେ ଲିଖିତ ଅଭିଯୋଗ କରିଥିଲେ. ଏନେଇ ପାପଡାହାଣ୍ଡି ଥାନା କେଶ ୨୩୯/୨୪ ରୁଜୁ କରି ତଦନ୍ତ ଜାରି ରହିଥିଲା. ବିଶେଷ ସୂତ୍ରରୁ ଖବର ପାଇ ଅସିତ ମହାନ୍ତିକୁ ପାପଡାହାଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ଦୀପକ କୁମାର ଜେନା ସୂଚନା ଦେଇଛନ୍ତି । ବର୍ତ୍ତମାନ ମଧୁସ୍ମିତା ମହାନ୍ତି ଫେରାର ରହିଥିବା ସୂଚନା ମିଳିଛି ।
