ମ.ରାମପୁର/କ୍ରାନ୍ତି କ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନିପାଟଣା ରେ ମାଁ ମାଣିକେଶ୍ଵରୀ ଙ୍କ ଆଜି ଛତର ଯାତ୍ରା ହୋଇଥିବା ବେଳେ ମ, ରାମପୁର ଠାରେ ମଧ୍ୟ ଚଳିତ ବର୍ଷ ପ୍ରଥମ ଥର ପାଇଁଁ ମାଁ ଡୋକୋରୀ ଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମାଁ ଡୋକୋରୀ ଙ୍କ ଛତର ସ୍ଥାନିୟ ଜେନା ଖାଳ ରେ ପୂଜା ପାଠ କରି ମାଁ ଙ୍କ ଛତର ସକାଳେ ଶୁଭବେଳାରେ ଡୋକୋରୀ ମନ୍ଦିର ଅଭିମୁଖେ ବିଜୟ ଯାତ୍ରା ଆରମ୍ଭ ହୋଇଥିଲା ସ୍ଥାନିୟ ଦୁର୍ଗା ମାଧବ ହାଇସ୍କୁଲ ଛକ ରେ ମାଁ ଙ୍କ ଛତର କୁ ଏକ ଧଳାରଙ୍ଗର ପାରା ଆସି ବସିଥିବାବେଳେ ମ, ରାମପୁର ପଞ୍ଚାୟତ ନିକଟରେ ଆଉଏକ କଳାରଙ୍ଗର ପାରା ଆସି ବସିଥିବା ଦେଖିବାକୁ ମିଳିଥିଲା ଏହା ଦେଖି ସାଧାରଣ ଜନତା ଙ୍କ ଭକ୍ତିମୟ ରେ ଭାବ ବିହ୍ୱଳ ହୋଇ ପଡିଥିଲେ। ସହରର ପ୍ରତ୍ୟେକ ଛକ ରେ କଳସ ସ୍ଥାପନ କରି ଛତର କୁ ହଜାର ହଜାର ଭକ୍ତ ପୂଜା ପାଠ ରେ ସ୍ଵାଗତ କରିଥିଲେ ଘଣ୍ଟ ଦଳ ଘୁମୁରା ବାଦ୍ୟ ଆଦିବାସୀ ମାନଙ୍କ ଦ୍ଵାରା ପାରମ୍ପରିକ ସାଜଶଯ୍ଯାରେ ମ,ରାମପୁର ସହର ଶୋଭାଯାତ୍ରା ଦୁଲୁକିଉଠିଥିଲା ମ,ରାମପୁର ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ମାଁ ଙ୍କ ଛତର ଡୋକୋରୀ ମନ୍ଦିର ରେ ପହୁଞ୍ଚି ମାନସିକ ଧାରୀ ମାନେ ବୋଦା ପାରା କୁକୁଡା ଆଦି ବଳି ରେ ରେ ରକ୍ତରଞ୍ଜିତ ହୋଇଥିଲା ଡୋକୋରୀ ମନ୍ଦିର ପରିସର ପ୍ରତି ବର୍ଷ ଛତର ଯାତ୍ରା ଗୁପ୍ତ ରେ ଚାଲିଥିଲା ଚଳିତ ବର୍ଷ ମା ସର୍ବସାଧାରଣ ଙ୍କୁ ଦର୍ଶନ ଦେଇ ଆର୍ଶିବାଦ ଦେବା ପାଇଁ ମାଙ୍କ ଆଦେଶ ରେ ଏହି ମାଁ ଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି।