କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ନୂଆଗାଁ ମାଁ ମାଣିକେଶ୍ବରୀ ଫୁଟବଲ ପରିଚାଳନା କମିଟି ପକ୍ଷରୁ ସ୍ବର୍ଗତ ନାରାୟଣ ଯୋଶୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୂଆଁଗାଁ ରତାଳୁ ପଡା ବସଷ୍ଟାଣ୍ଡ ଖେଳ ପଡିଆ ଠାରେ ସୋମବାର ଦିନ ଶୁଭ ଉଦଘାଟିତ ହୋଇଥିବା ବେଳେ ମଙ୍ଗଳବାର ଦିନ ଦ୍ଵିତୀୟ ଦିନରେ ୨ ଗୋଟି ଖେଳ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଖେଳ ଭଲଟୁ ଇଲେଭେନ ବନାମ ସାରିସମାଲ ଡ଼ଙ୍ଗରିଗୁଡା ମଧ୍ୟରେ ହୋଇଥିଲା। ଉଭୟ ଦଳ ଗୋଟିଏ ଗୋଟିଏ ଗୋଲ ସ୍କୋର କରିଥିବା ବେଳେ ଖେଳ ସମାନ ହେବାରୁ ପେନାଲଟି ସୁଟରେ ଭଲଟୁ ଇଲେଭେନ ବିଜୟୀ ହୋଇଥିଲେ। ଦ୍ଵିତୀୟ ଖେଳ ଡହଗାଁ ବନାମ ବଡ଼ କରଲାକୋଟ ଖେକାଳୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା , ଗୋଟିଏ ଗୋଲ ସ୍କୋର କରି କରଲାକୋଟ ବିଜୟୀ ହୋଇଥିଲେ। ଭକ୍ତରାମ ଶବର, ତ୍ରିନାଥ ମାଝୀ, ମଙ୍ଗରାଜ ବନ୍ଦୀଛୋଡ ଖେଳ ପରିଚାଳନା କରିଥିଲେ। ଦୁଃଶାସନ ଖରସେଲ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ। ସ୍ବର୍ଗତ ଯୋଶୀଙ୍କ ପୁତ୍ର ତଥା ଉଦଯୋଗୀ ମହେନ୍ଦ୍ର ଯୋଶୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦ୍ଵିତୀୟ ଦିବସରେ ସିଦ୍ଧେଶ୍ୱର ସାହୁ ମୁଖ୍ୟ ଅତିଥି , ପୋଲିସ କର୍ମଚାରୀ ଦୀନବନ୍ଧୁ ହାତୀ ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବରେ ମଣ୍ଡଳ ସରପଞ୍ଚ ତ୍ରିୟମ୍ବକ ଭୋଇ, ନୂଆଗାଁ ସରପଞ୍ଚ ସୁଶାନ୍ତ ମାଝୀ, ସାମ୍ବାଦିକ ଚକ୍ରଧର ନାଏକ, ଗଣେଶରାମ ବାଗ, ସମାଜସେବୀ ରାଧେଶ୍ୟାମ ସାହୁ , ଯୁବରାଜ ନାଏକ , ଲକ୍ଷ୍ମୀ ବାଗ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଅଭିବାଦନ କରିବା ସହ ବନ୍ଧୁତ୍ୱ ପୂର୍ଣ୍ଣ ଖେଳ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିଥିଲେ। ସୋମବାର ଉଦଘାଟନୀ ଦିବସରେ ସ୍ବର୍ଗତ ନାରାୟଣ ଯୋଶୀଙ୍କ ପରିବାର ପକ୍ଷରୁ ଶଶୀସେନ ଯୋଶୀ, ସୁରେନ୍ଦ୍ର ମୋହନ ଯୋଶୀ, ମହେନ୍ଦ୍ର ଯୋଶୀ, ଉପେନ୍ଦ୍ର ମୋହନ ଯୋଶୀ, ଶେଷଦେବ ଯୋଶୀ, ଈଶ୍ୱରୀ ପ୍ରସାଦ ପଣ୍ଡା, ଦୁତିବାମନ ପଣ୍ଡା ଉପସ୍ଥିତ ରହି ପଡିଆରେ ଅବସ୍ଥାପିତ କରାଯାଇ ଥିବା ଫୋଟୋ ଚିତ୍ରରେ ପୂଜାର୍ଚନା କରି ସ୍ବର୍ଗତ ଯୋଶୀଙ୍କ ଆତ୍ମlର ସଦଗତି କାମନା କରି ଉଦଘାଟନ କରିଥିଲେ। ଉଦଘାଟନୀ ଦିବସରେ ମଣ୍ଡଳ ଏବଂ ଝାର କୁଣ୍ଡାମାଲ ବିଜୟୀ ହୋଇଥିଲେ। ଖେଳ ପରିଚାଳନା କମିଟିରୁ ପ୍ରମୁଖ ଦାୟିତ୍ୱରେ ମହେନ୍ଦ୍ର ଯୋଶୀ ସଭାପତି, ସମ୍ପାଦକ – ରୋହିତ ହଂସ, ସୁମନ୍ତ ନାଏକ, ଗଣେଶ୍ ବାଗ, ଗୋପାଳ କୃଷ୍ଣ ଚନ୍ଦନ ସମେତ ନୂଆଗାଁ ଏବଂ ରତlଳୁ ପଡା ଖେଳ ପ୍ରେମୀ ସମୂହ ସକ୍ରିୟ ସହଯୋଗ କରୁଛନ୍ତି। ଏହି ସ୍ମାରକୀ ସାତଦିନ ଧରି ଚାଲିବ। ଆସନ୍ତା ୫ ତାରିଖରେ ଖେଳ ଉଦଯାପନୀ ଉତ୍ସବ ହେବା ଧାର୍ଯ୍ୟ ହୋଇଛି।