ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗଉଡ) : ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତର ଧାରଣାବେଡା ଠାରେ ଅଲେଖ ମହିମା ସେବା ସଂଘର ପକ୍ଷରୁ ରାସ୍ତା ମରାମତି ଓ ସ୍ୱଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟ ହୋଇଯାଇଛି। ଧୋଡ୍ରା ମଣ୍ଡଳ ସଭାପତି ଭୁଜବଲ ଗୌଡ଼ଙ୍କ ନେତୃତ୍ୱରେ ଅଭିଯାନ ଆରମ୍ଭ ହୋଇଥିଲା। ଅଭିଯାନରେ ଉପସଭାପତି ପରମା ଭତରା, ସମ୍ପାଦକ ରନସାୟ ଭତରା,ସହସମ୍ପାଦକ ଟିକଚନ ଭତରା, ୱାର୍ଡମେମ୍ବର ବଳିରାମ ଭତରା ସମେତ ଲଖିନା ଭତରା, ବଳଦେବ ଭତରା, ଅମରସିଂ ଭତରା,ନକୁଳ ଭତରା,ଗସିଆ ଭତରା, ପୀତବାସ ଭତରା, ରମେଶ ଭତରା, ସରାଦୁ ଭତରା, ଗୋପୀ ଭତରା, ଉଦବ ଗୌଡ଼, ଭୁବନ ଗୌଡ଼, ଭଗବାନ ଭତରା, ଲକ୍ଷି ଭତରା,ଜଗବନ୍ଧୁ ପୂଜାରୀ ସାମିଲ ହୋଇଥିଲେ ।