ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତର ବାଣୁଆଗୁଡ଼ାଠାରେ ସାଂସଦୀୟ ମାଁ ପେଣ୍ଡ୍ରଣୀ ଶଙ୍କୁଳ ବିକାଶ ପରିଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୁଦନ ମାଝୀ, ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଅରବିନ୍ଦ ପଣ୍ଡା, ଝରିଗାଁ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସୌରଭ ବେହେରା, ରାଜସ୍ୱ ନିରୀକ୍ଷକ ବସନ୍ତ ବିଶୋଇ, ଗୋଷ୍ଠି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ହରିଜନ, ବିପିଏମ ଜଗନ୍ନାଥ ମିଶ୍ରଙ୍କ ସମେତ ବ୍ଲକର ସମସ୍ତ ବିଭାଗୀୟ କର୍ମଚାରୀଙ୍କ ଏବଂ ବାନୁଆଗୁଡ଼ା ପଞ୍ଚାୟତର ସରପଞ୍ଚ, ପିଇଓ, ଜିଆରଏସ, ଯୋଗାଣ ସହାୟକ ଓ ଜନ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ । ସାଂସଦ ଶ୍ରୀମାଝୀ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣୀକାରୀ ଯୋଜନା ସମ୍ବନ୍ଧରେ ଆଲୋକପାତ କରିବା ସହିତ ଜନସାଧାରଣଙ୍କୁ କେଉଁ ଯୋଜନାରେ ସାମିଲ ହୋଇଛନ୍ତି ଓ କେଉଁମାନେ ଆଜି ପର୍ଯ୍ୟନ୍ତ ସାମିଲ ହୋଇପାରିନାହାନ୍ତି ତାହା ପଚାରି ବୁଝିବା ସହିତ ବିଭାଗୀୟ ଅଧିକାରୀ ମାନଙ୍କୁ ବଞ୍ଚିତ ହିତାଧିକାରୀମାନଙ୍କୁ ସେହି ସବୁ ଯୋଜନାରେ ଶୀଘ୍ର ସାମିଲ କରିବାକୁ ତାଦିଗ କରିଥିଲେ । ବିଭିନ୍ନ ବିଭାଗରୁ ଆସିଥିବା ବିଭାଗୀୟ ଅଧିକାରୀମାନେ ନିଜସ୍ଵ ବିଭାଗର କେଉଁ ସବୁ ଯୋଜନା ରହିଛି ଏବଂ କେମିତି ସେହି ଯୋଜନାର ଲାଭ ଉଠେଇ ପାରିବେ ସେ ସମ୍ପର୍କରେ ଉପସ୍ଥିତ ଜନସାଧାରଣମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ବାନୁଆଗୁଡ଼ା ପଞ୍ଚାୟତର ସିନ୍ଦିଗୁଡ଼ା, କେନ୍ଦୁକନା, ପଳସଗାଁ, ବାଡ଼ିଆଗୁଡ଼ା, ଭଭୁଷାଗୁଡ଼ା, ଏକଟାଗୁଡ଼ା, ବଣୁଆଗୁଡ଼ା, ରାଜାମୁଣ୍ଡା, ଓମିଓଡା, ଧାରନିବେଡା, ଝରାବଳିସାହି, ସନ୍ତୋଷ ସାହି, ଜୁନାପାରା, ନୁଆଁସାହି ଓ ଗାଉଟିଆସାହିର ଜନସାଧାରଣମାନେ ଉପସ୍ଥିତ ରହିଥିଲେ ।





