କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ବିଳମ୍ବିତ ରାତିରେ ଶ୍ବଶୁର ଘରେ ଜ୍ବାଇଁର ଉନ୍ମୋତ କାଣ୍ଡ। ଘରକୁ ନିଆଁ ଲଗାଇ ଦେଇବା ସହ ବାଇକ୍ କୁ ପେଟ୍ରୋଲ ଢାଲି ଜାଲିଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଏଭଳି କିଛି ଅଭିଯୋଗ ଆସିଛି କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଲା ଗ୍ରାମରୁ। ଅଭିଯୋଗ, ଅନୁଯାୟୀ ଝାରକୁଣ୍ଡାମାଳ ଗ୍ରାମର ଜ୍ବାଇଁ ରତ୍ନାକର ସରାଫ ବିଳମ୍ବିତ ରାତିରେ କାଉଡୋଳା ଗ୍ରାମର ଶ୍ବଶୁର ଘର ନାରାୟଣ ଧଙ୍ଗଡ଼ାମାଝୀଙ୍କ ଘରକୁ ଆସିଥିଲ। ଏବଂ ତାଙ୍କ ସ୍ତ୍ରୀକୁ ନେବା ପାଇଁ ଯିଦ୍ ଧରିଥିଲେ। ତେବେ ରତ୍ନାକର ଝିଅ ଲିପିଙ୍କୁ ପ୍ରେମ ବିବାହ କରି ନେଇଥିଲେ। ତେବେ ଅମାନୁଷିକ ନିର୍ଯାତନା ଦେବାରୁ ଝିଅ ବାପା ଘରକୁ ଚାଲି ଆସିଥିଲା। ଏହାକୁ ନେଇ ଶନିବାର ବିଳମ୍ବିତ ରାତିରେ ରତ୍ନାକର କାଉଡୋଲା ଆସି ଶ୍ୱଶୁର ଘରକୁ ନିଆଁ ଲଗାଇ ଦେଇଥିଲେ। ତେବେ ଘର ନ ପୋଡିବାରୁ ରାଗରେ ଘର ସାମ୍ନାରେ ଥିବା ଏକ ବାଇକରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବାରୁ ବାଇକ୍ ଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଘଟଣା ପରେ ଝିଅଙ୍କ ପରିବାର ଓ ପଡାବାସୀ ଭୟରେ ରହୁଥିବା ଅଭିଯୋଗ କରିଛନ୍ତି। ରବିବାର ଝିଅଙ୍କ ପରିବାର ନ୍ୟାୟ ପ୍ରଦାନ ପାଇଁ ଆମପାଣି ଥାନାର ଦ୍ବାରସ୍ଥ ହୋଇଥିବା ଜଣାପଡିଛି। ଏନେଇ ଆମପାଣି ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି।



