କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ୭୬ ତମ କଳାହାଣ୍ଡି ଜିଲ୍ଲା ଗଠନ ସମାରୋହ ଦିବସ କୋକସରା ବ୍ଲକ କାର୍ଯ୍ୟାଳୟଠାରେ ଶନିବାର ପାଲିତ ହୋଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ କୋକସରା ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କୋକସରା ଜବାହର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ମୁଖ୍ୟବକ୍ତା, ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ, ଯୁକ୍ତ ତିନି ଡିଗ୍ରୀ ମହା ବିଦ୍ୟାଳୟର ଅଧ୍ୟକ୍ଷ ପୁଷ୍ପରାଜ ମେହେରେ, ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କଳାହାଣ୍ଡି ଗଠନର ଇତିହାସ ଓ କଳାହାଣ୍ଡିର କଳା, ଐତିହ୍ୟ, ପରମ୍ପରା, ସଂସ୍କୃତି ଓ ସଂସ୍କାର ପାଇଁ କଳାହାଣ୍ଡି ଗର୍ବିତ ବୋଲି ଆଲୋକପାତ କରିଥିଲେ। ସେହିପରି ବିଭିନ୍ନ ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧି ଓ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନେ ନିଜ ବକ୍ତବ୍ୟରେ ପୂର୍ବପରି ଆମ କଳାହାଣ୍ଡି ଆଉ ରହିନାହିଁ, ଆଜି ଆମ ବିରବାଦ୍ୟ ‘ଘୁମୁରା’ ବିଶ୍ବ ଦରବାରରେ ପହଞ୍ଚି ସାରିଛି, ଜିଲ୍ଲାର ବିକାଶ ମଧ୍ୟ ତିବ୍ର ଗତିରେ ବଢୁଥିବା ମତପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ଜିପିଡିଓ ମିଲୁ ପ୍ରଧାନୀ ପରିଚାଳନା କରିଥିବାବେଳେ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ସମେତ ବ୍ଳକ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

