କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ଡହଗାଁର ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ଯୁବ ରେଡକ୍ରସ ୟୁନିଟ ଓ ସ୍ବେଚ୍ଛାସେବୀ ମାନଙ୍କପାଇଁ ଅନ୍ତର୍ଭୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ଭକ୍ତଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ
ଯୁବ ରେଡକ୍ରସ୍ ପରାମର୍ଶଦାତା ପଞ୍ଚାୟତ ସମିତି ଡିଗ୍ରୀ କଲେଜର ବରିଷ୍ଠ ଅଧ୍ୟାପକ ସୁବ୍ରତ କୁମାର ବେହେରା, ମୁଖ୍ୟବକ୍ତା ଭାବେ ଯୁବ ରେଡକ୍ରସ୍ ପରାମର୍ଶଦାତା ମୋହନ ଚରଣ ବିଷି ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ରେଡକ୍ରସର ଇତିହାସ ଓ ବିକାଶ, ମୌଳିକ ନୀତି, ଚିହ୍ନ ବିଷୟରେ ଆଲୋଚନା କରିବା ସହିତ ମାନବ ସେବା ହିଁ ମାଧବ ସେବା ବୋଲି କହିଥିଲେ। ନୂତନ ଭାବରେ ମନୋନୀତ ଯୁବ ରେଡକ୍ରସ୍ ପରାମର୍ଶଦାତା ସେତୁରାମ ନାଏକ ମଞ୍ଚ ପରିଚାଳନା କରିଥିବାବେଳେ ବିଜ୍ଞାନ ଶିକ୍ଷକ ସନ୍ଦିପ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ପୁଷ୍ପାଞ୍ଜଳି ଶବର, ରିତେଶ ରଞ୍ଜନ ରଣା, ଚିତ୍ତ ରଞ୍ଜନ ଗଉଡ, ଧର୍ମୁ ନାଏକ ପ୍ରମୁଖ ମଞ୍ଚାସୀନ ରହିଥିଲେ। ବିଦ୍ୟାଳୟର ଏକାଦଶ ଓ ଦ୍ବାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

