ଫଳରେ କୋଟିଆର ସର୍ବସାଧାରଣ ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ । ରାଲି, ଶୋଭାଯାତ୍ରା, ପ୍ରତିବାଦ, ସର୍ବସାଧାରଣ ସଭା, କୌଣସି ବିତରଣ, ପେଣ୍ଟିଂ ଆଦିକୁ ସରକାରୀ ଓ ସର୍ବସାଧାରଣ କୋଠାରେ ବାରଣ କରାଯାଇଛି । BNSSର ୧୬୩ ଧାରା ଲାଗୁ ସହ ଏହାର ଦାୟିତ୍ଵ ଉପଜିଲ୍ଲାପାଳ କୋରାପୁଟଙ୍କୁ ଦିଆଯାଇଛି ।କଟକଣା ଲାଗୁ ସମୟରେ ସରକାରୀ ଗାଡ଼ିକୁ ରୋକାଯିବ ନାହିଁ । କିନ୍ତୁ ସର୍ବସାଧାରଣ ବିତରଣ ଉଦ୍ଦେଶ୍ୟରେ ନିଆ ଯାଉଥିବା ପିଡିଏସ୍ ସାମଗ୍ରୀ ଏବଂ ଅନ୍ୟ ସାମଗ୍ରୀ ଗାଡ଼ିକୁ ପ୍ରବେଶ ବାରଣ କରାଯାଇଛି । ଏଥିପାଇଁ କୋରାପୁଟ ପୋଲିସ ପକ୍ଷରୁ ବ୍ୟାରିକେଡ୍ କରାଯିବା ସହ ଆବଶ୍ୟକ ପୋଲିସ ମୁତୟନ କରାଯିବ ।
ତେବେ କୋଟିଆ ବାସୀ ପୂର୍ବଭଳି ସ୍ଵାଭାବିକ ଚଳପ୍ରଚଳ କରିପାରିବେ । ପୂର୍ବ ଭଳି ଜୀବିକା ନିର୍ବାହ ପାଇଁ କର୍ମକ୍ଷେତ୍ର, ଚାଷ ଜମି ସହ ଶିକ୍ଷାନୁଷ୍ଠାନକୁ ଯାଇପାରିବେ । ବ୍ୟବସାୟ ପ୍ରତିଷ୍ଠାନ ଖୋଲାଯାଇ ପାରିବ । ଅତ୍ୟାବଶ୍ୟକ ସାମଗ୍ରୀ ଓ ମେଡିକାଲ୍ ସେବା ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ ।
୫ ଦିନ ପାଇଁ ୧୬୩ ଧାରା
କୋରାପୁଟ ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ନଭେମ୍ବର ୩ ତାରିଖ ମଙ୍ଗଳବାରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ କୋଟିଆରେ ୧୬୩ ଧାରା ବଳବତ୍ତର ରହିବ । କଟକଣା ଲଗା ଯାଇଥିବା ୫ ଦିନ ସମୟରେ କେହି ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପ୍ରଶାସନ ।
କୋଟିଆଗ୍ରାମପୁଞ୍ଜରେ ୧୬୩ ଧାରା ଲଗାଯିବା ପରେ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ । ଏଥିସହ ସ୍ଥାନେ ସ୍ଥାନେ ବ୍ୟାରିକେଡ୍ ଲଗାଯାଇଛି । କୋଟିଆରେ କୋରାପୁଟ ଉପ ଜିଲ୍ଲାପାଳ ଫାବି ରସିଦ ଉପସ୍ଥିତ ଅଛନ୍ତି ।
ପ୍ରତିବାଦ ପରେ ଫେରିଗଲା ରାସନ ଆଣିଥିବା ଆନ୍ଧ୍ର ଟ୍ରକ
ଯାହାକୁ ନେଇ ଉଭୟ ପକ୍ଷର ପୋଲିସ ଓ ରାଜସ୍ୱ କର୍ମଚାରୀଙ୍କ ମଧ୍ୟରେ କିଛି ସମୟ ଧରି ଯୁକ୍ତିତର୍କ ହୋଇଥିଲା । କୋରାପୁଟ ପୋଲିସ ଓ ପ୍ରଶାସନର ପଦକ୍ଷେପକୁ ସମର୍ଥନ ଜଣାଇଥିଲେ ସ୍ଥାନୀୟ ଲୋକେ । ଓଡ଼ିଶା ପୋଲିସ ନିଜ ଆଭିମୁଖ୍ୟରେ ଅଟଳ ରହିବାରୁ ଶେଷରେ ଧ୍ର ପକ୍ଷରୁ ଆସିଥିବା ରାସନ ଗାଡ଼ି ଫେରିଯାଇଥିଲା ।
