ସମ୍ବଲପୁର/କ୍ରାନ୍ତିକ୍ଷେତ୍ର (ଯଯାତୀ କେଶରୀ ବେହେରା): ୩ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ସମ୍ବଲପୁର-ତାଳଚେର ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗଡ଼ନାୟକ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ।
ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅଧିକାରୀ । ୩ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ସମ୍ବଲପୁର-ତାଳଚେର ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗଡ଼ନାୟକ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଲାଞ୍ଚ ଟଙ୍କା ସହ ଅଜୟ ଧରାପଡ଼ିବା ପରେ ତାଙ୍କର ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି ।
ମିଳିଥିବା ସୂଚନା ଅନୁସାରେ, ସମ୍ବଲପୁର-ତାଳଚେର ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପରେ ଅଭିଯୋଗକାରୀଙ୍କ ଜମି ଅଧିଗ୍ରହଣ କରାଯାଇଥିଲା । ଯାହା ବାବଦକୁ ଅଭିଯୋଗକାରୀ ୮୪ ଲକ୍ଷ ୬୨ ହଜାର ୨୮୮ ଟଙ୍କା କ୍ଷତିପୂରଣ ବାବଦରେ ପାଇବେ । ତେବେ ଉକ୍ତ ଲାଇନ୍ରେ ତୃତୀୟ ରେଳ ଧାରଣା ସମୟରେ ଆହୁରି ଅଧିକ କ୍ଷତିପୂରଣ ମିଳିବା ନେଇ ଆଶ୍ଵାସନା ଦେଇଥିଲେ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗଡ଼ନାୟକ ।
ଏଥିପାଇଁ ଅଜୟ ଗଡ଼ନାୟକ ଅଭିଯୋଗକାରୀଙ୍କୁ ୫ ଲକ୍ଷ ଟଙ୍କା ଦେବା ପାଇଁ ଦାବି କରିଥିଲେ । ପୂର୍ବରୁ ଅଜୟ ୨ ଲକ୍ଷ ଟଙ୍କା ନେଇଥିଲେ । ଅକ୍ଟୋବର ୨୭ ତାରିଖରେ ଆଉ ୩ ଲକ୍ଷ ୧୦ ହଜାର ଟଙ୍କା ତୁରନ୍ତ ଦେବାକୁ ଦାବି କରିଥିଲେ । ଏପରିକି ୩ ଲକ୍ଷ ଟଙ୍କା ଶୀଘ୍ର ନଦେଲେ ଭବିଷ୍ୟତରେ ତୃତୀୟ ଲାଇନ୍ ପାଇଁ ଜମି ଅଧିଗ୍ରହଣ ବେଳେ ସମସ୍ୟା ସୃଷ୍ଟି ହେବ ବୋଲି ଧମକ ଦେଇଥିଲେ ।
