ଜୁନାଗଡ଼/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୋଦେଲଠାରେ କାଳୀକୃଷ୍ଣ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ବୈଠକ ଶ୍ରଦ୍ଧା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ପରମ ପୂଜ୍ୟ ସଦ୍ଗୁରୁଦେବ ସ୍ୱାମୀ ସତ୍ୟାନନ୍ଦ ସରସ୍ୱତୀ ମହାରାଜଙ୍କ ମହାନ୍ ଆଧ୍ୟାତ୍ମିକ, ସାମାଜିକ ଅନୁଷ୍ଠାନକୁ ଅଧିକ ସୁଦୃଢ଼, ସକ୍ରିୟ ଓ ଲୋକାଭିମୁଖୀ କରିବା ନିମନ୍ତେ ସାଂଗଠନିକ ପୁନର୍ଗଠନ କରାଯାଇଛି। ପୂଜ୍ୟ ଗୁରୁଜୀ ସ୍ୱାମୀ ଜଗଦାନନ୍ଦ ସରସ୍ୱତୀ ମହାରାଜ ଏବଂ ସଂଘର ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦଙ୍କ ଉପସ୍ଥିତିରେ ଶ୍ରୀ ଗୁରୁମାତାଙ୍କ ସରୋଜିନୀ ଦେବୀ ଓ ଶ୍ରୀ ବଳଦେବାନନ୍ଦଜୀଙ୍କ ଶୁଭାଶୀର୍ବାଦ ଓ ପ୍ରେରଣାକ୍ରମେ ସଂଘର ବିଭିନ୍ନ ସ୍ତରରେ ନୂତନ କର୍ମକର୍ତ୍ତାମାନଙ୍କୁ ମନୋନୀତ କରି ଆନୁଷ୍ଠାନିକ ଭାବେ ଦାୟିତ୍ୱପତ୍ର ପ୍ରଦାନ କରାଯାଇଥିଲା। ଏହି କ୍ରମରେ ବିଭିନ୍ନ ବିଭାଗର କର୍ମକର୍ତ୍ତାଙ୍କ ପରିବର୍ତ୍ତନ ସହ ନୂତନ ଦାୟିତ୍ୱ ବଣ୍ଟନ କରାଯାଇଛି। ମୂଖ୍ୟସଂଘ ବା ପରିଚାଳନା କମିଟି ସଭାପତି ଶ୍ରୀ ସଂଜୟ କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି ଶ୍ରୀ କ୍ରିୟାନନ୍ଦ,କାର୍ଯ୍ୟକାରୀ ସଭାପତି ଶ୍ରୀ ମାଧବାନନ୍ଦ, ପ୍ରଚାରକ ଶ୍ରୀ ପ୍ରିୟାନନ୍ଦ, ଉପସଭାପତି ଶ୍ରୀ ଲକ୍ଷ୍ମୀକାନ୍ତ ଖମାରୀ, ସମୀକ୍ଷକ ଶ୍ରୀ ଜିତେନ୍ଦ୍ର ପଣ୍ଡା, ସଂପାଦକ ଶ୍ରୀ ଜନ୍ମେଜୟ ଦାଶ, ସହ ସଂପାଦକ- ଶ୍ରୀ ଚନ୍ଦନ କୁମାର ମେହେର, ସହ ସଂପାଦକ ଶ୍ରୀ ବିରୁପାକ୍ଷ ସା, କୋକ୍ଷାଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ମେହେର, ସହ କୋଷାଧ୍ୟକ୍ଷ ଶ୍ରୀ ଶୁଶିଲ କୁମାର ବେହେରା ସହ କୋଷାଧ୍ୟକ୍ଷ ଶ୍ରୀ ଯାଦବ ରାଉତ, ପ୍ରାର୍ଥନା ସଂପାଦକ ଶ୍ରୀ ତନୁକଲାଲ ନାଗ,ପ୍ରାର୍ଥନା ସହ ସଂପାଦକ ଶ୍ରୀ ନବୀନ ରାଉତ, ପ୍ରାର୍ଥନା ସହ ସଂପାଦକ ଶ୍ରୀ ପ୍ରମୋଦ ନାଏକ,ପତ୍ରିକା ପରିଚାଳନା ସଂପାଦକ ଶ୍ରୀ କୈଳାସ ଚନ୍ଦ୍ର ନାଏକ, ପତ୍ରିକା ପରିଚାଳନା ସଂପାଦକ ଶ୍ରୀ ସଦାଶିବ ମହାରଣା, ଆଶ୍ରମ ପରିଚାଳନା ସଂପାଦକ ଶ୍ରୀ ଗୋପିନାଥ ପଣ୍ଡା, ଆଶ୍ରମ ପରିଚାଳନା ସହ ସଂପାଦକ ଶ୍ରୀ ସୁଜିତ କୁମାର ଠାକୁର, ଅତିରିକ୍ତ ପରିଚାଳନା କମିଟି ଅନ୍ତର୍ଗତ କାଳୀକୃଷ୍ଣ ବାହିନୀର ସଂଯୋଜକ ଶ୍ରୀ ସୁଧିର ଖର୍ସେଲ,ସହ ସଂଯୋଜକ ଶ୍ରୀ ବିବେକ ସାହୁ, ସହ ସଂଯୋଜକ ଶ୍ରୀ ରାକେଶ ରାୟଗୁରୁ, ପ୍ରଜ୍ଞା ବାହିନୀର ସଂଯୋଜିକା ଭାବେ ସୁଶ୍ରୀ ସବ୍ୟାରାଣୀ ରାଉତ, ସହ ସଂଯୋଜିକା ଶ୍ରୀମତୀ କ୍ଷୀର ଖର୍ସେଲ, ସହ ସଂଯୋଜିକା ଶ୍ରୀମତୀ ବନିତା ପଟେଲ ସେହିପରି ମିଡିଆ ସେଲ ସଂଯୋଜିକା ଭାବେ ସୁଶ୍ରୀ କ୍ରିଷ୍ଣା ମେହେର , ସଂଯୋଜକ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ, ସହ ସଂଯୋଜକ ଶ୍ରୀ ଦିବାକର ଦାଲାଇ, ସହ ସଂଯୋଜକ ଶ୍ରୀ ବିକାଶ ରାଉତ, ସହ ସଂଯୋଜକ ଶ୍ରୀ କାଳୀକୃଷ୍ଣ ବାଗ, ସହ ସଂଯୋଜକ ଶ୍ରୀ ମୁକୁନ୍ଦାନନ୍ଦ ପ୍ରମୁଖ ଦାୟିତ୍ବ ଗ୍ରହଣ କରିଥିଲେ। ଏହି ବୈଠକରେ କାଳୀକୃଷ୍ଣ ଶାଖା ସଂଘର କାର୍ଯ୍ୟକର୍ତ୍ତା, ଆଚାର୍ଯ୍ୟ,ବିଭିନ୍ନ ବିଭାଗର କାର୍ଯ୍ୟକର୍ତ୍ତା , ଶିଷ୍ୟ ଶିଷ୍ୟା ଉପସ୍ଥିତ ଥିଲେ। ବୈଠକ ଆୟୋଜନରେ ବୋଦେଲ ଶାଖା ସଂଘ ସହଯୋଗ କରିଥିଲେ।
