ଜସନେ ଗୌସଲ ୱାରା ଓ ଜସନେ ଦସ୍ତର ବନ୍ଧୀ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ସୁନ୍ନି ମୁସଲିମ ୟଙ୍ଗକୋମେଟି ଜୟପାଟଣା ତାଙ୍କ ଆଡୁ ବଡ ପ୍ରୋଗ୍ରାମ ଆୟୋଜନ କରାଗଲା ଜସନେ ଗୌସଲ ୱାର, ଓ ଜସନେ ଦସ୍ତର ବନ୍ଧୀ ଅନୁଷ୍ଠିତ ହୋଇଥିଲା (ଉତ୍ତର ପ୍ରଦେଶ ବରେଲି କାଲଫିସରିଫ) ହୁଜୁର ଗାୟାସେ ଇ ମିଲ୍ଲତ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୋଲାନା ଇରଫାନ ରଜ଼ା (କାଲଫି ସରିଫ ) ଭଦ୍ରକ ରଘୁନାଥପୁର ସୟଦ ମୌଜମ ହବିବି, ସୟଦ ମୋବାସୀର ହବିବି , ମୌଲାନା ଅଖତର ଜୀୟାଇ, ନାତଖାଁ ଶମବିଲ ଅଖତର ମୁଜାହିଦି, ରଘୁନାଥ ପୁର ମୋଲନ ଇର୍ସାଦ, ରଘୁନାଥ ପୁର ସାୟଦ ମୁସ୍ତାକ, ବଙ୍ଗାଳ ମୋଲନ ସାଇଦୂର ରାହେମନ,ମୋଲନ ଯହୀଦ ଖଥିବ (ଇମାମ ଖାନକା ସରିଫ ଧାମନଗର) ମୋଲନ ରିହାନ,ପଶ୍ଟିମ ଓଡିଶା ଓ ଦକ୍ଷିଣ ଓଡିଶା ସମସ୍ତ ମସଜିଦ ର ଇମାମ ଏବଂ ମୋଲନ ଉପସ୍ଥିତ ଥିଲେ। ସମସ୍ତଙ୍କ ସମ୍ମାନ ରେ ଜୟପାଟଣା ସୁନ୍ନି ମୁସଲିମ ସମାଜ ସଭାପତି ଇସୁଫ ଖାଁ, ଜୟପାଟଣା ମସଜିଦ ଇମାମ ଆସିଫ ରଜ଼ା, ମୋଲନ ସମୀର ଖାଁ, ମୋଲନ ଅବୁତାହିର ଖାଁ (ସାକିର ) ହାଫିଜ଼ ଅଲତାଫ ଖାଁ, ଏବଂ ସମସ୍ତେ ମୁଫତୀ କୁରବାନ ରଜ଼ା ଓ ମୋଲନ ସାହିଲ ମୋଜାହିଦି ଙ୍କୁ ଦସ୍ତାର ବନ୍ଧୀ ଦେଇ ଦୁଆଦେଲେ। ଏହି କାର୍ଯ୍ୟକ୍ରମ ରେ ଜୟପାଟଣା ୟଙ୍ଗକୋମେଟି ସଭାପତି ଅବଦୁଲ ମୁଜାଫର, ଉପ ସଭାପତି ଇବ୍ରାହିମ ଖାଁ (ଚି଼ଙ୍କୁ ),ସମ୍ପାଦକ ସିରାଜ ଅଲ୍ଲୀ ଓ ଜନାବ ସଲାମତ ଖାଁ, ଜନାଵ ସହିଦ ମୋହମ୍ମଦ (ଚିତର ),ଜନାଵ ସଫି ମୋହମ୍ମଦ,ଜନାବ ଅର୍ସାଦ ଅଲ୍ଲୀ,ଜନାବ ଅଲତାଫ ମୋହମ୍ମଦ ବିଶେଷ ସହଯୋଗ ରେ ତଥା ୟୌଙ୍ଗ କୋମେଟି ସମସ୍ତ ସଦସ୍ୟ ଙ୍କ ନେତୃତ୍ୱ ରେ ଏହି ଜଳସା କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ ହେଲା।

Leave a Reply

Your email address will not be published. Required fields are marked *