ଟିକରପଡା ଗାଁ ରେ ଜଙ୍ଗଲି ହାତୀଙ୍କ ଉତ୍ପାତ

କଲ୍ୟାଣସିଂହପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ପ୍ରଶାନ୍ତ କୁମାର ସେନାପତି) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଂଚାୟତ ରେ ହାତି ଆତଙ୍କ ଦେଖିବାକୁ ମିଳିଛି। ଗତ କାଲି ବିଳମ୍ବିତ ରାତ୍ରରେ ହାତି ପଲ ଟିକର ପଡା ଗାଁ ରେ ପସି ଝୁମୁରା କୁଟୁରୁକା, ସଦନ ପ୍ରପେକା ର ଘର ଭାଙ୍ଗି ରୁଚି ଚୁରମାର କରିଥିବା ଦେଖିବାକୁ ମିଳିଛି। ସଦନ ପ୍ରେପକା କହିବା ଅନୁଯାୟୀ ଗତ କାଲି ବିଳମ୍ବିତ ରାତିରେ ଦସ ରୁ ପନ୍ଦର ଟି ହାତି ଗାଁ କୁ ଆସିଥିଲେ। ହାତି ଦେଖି ଦଉଡି ପଳାଇଥିଲେ ଦୁଇଟି ପରିବାର ଲୋକ ପାଖ ଗାଁ କୁ। ସକଳୁ ଆସି ଦେଖିଲା ବେଳକୁ ଘର ର ସମସ୍ତ ଜିନିଷ ପତ୍ର ଧାନ, ଚାଉଳ, ମାଣ୍ଡିଆ, ଖୁସଳା, ନଷ୍ଟ କରିଥିବା କହିଛନ୍ତି ଝୁମୁରା କୁଟୁରୁକା, ଲକ୍ଷ୍ମୀ କୁଟୁରକା, ସଦନ ପ୍ରପେକା, ବାସନ୍ତି ପ୍ରେପେକା। ବନ ବିଭାଗ କୁ ହାତି ଘଡାଇ ବା ପାଇଁ ଅବଗତ କରାଯାଇଥିଲା କିନ୍ତୁ କୋୖଣସି ପଦକ୍ଷେପ ବନ ବିଭାଗ ନେଇ ନ ଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ, ଏହି ପରିବାର ଅତି ଗରିବ ଶ୍ରେଣୀର ହୋଇ ଥିବାରୁ ନିଜେ କଷ୍ଟ କରି ସଂଗ୍ରହ କରି ରଖି ଥିବା ବର୍ଷ ସାରାର ଖାଦ୍ୟ ଆସବ ପତ୍ର ହାତୀ ପୋଲ ସବୁ ନଷ୍ଟ କରିଦେଇଥିବାରୁ କଣ ଖାଇବେ କେମିତି ବଞ୍ଚିବେ ତାକୁ ନେଇ ଚିନ୍ତାରେ ଏହି ପରବାର, ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କ୍ଷୟ କ୍ଷେତି ହାଇଥିବା ପରିବାରଙ୍କ ପ୍ରତି ସାହାଯ୍ୟ ସହଯୋଗ ଜଗାଇ ଦେବା ପାଇଁ ଗ୍ରାମବାସୀ ଅଭିଯୋଗ କରୁଛନ୍ତି।