ସ୍ବଚ୍ଛ ଭାରତ ଯୋଜନାରେ ହିତାଧିକାରୀ ହନ୍ତସନ୍ତ

ପାଇଖାନା ନିର୍ମାଣର ୩ବର୍ଷ ପରେ ବି ମିଳିନି ପାଉଣା

ପାପଡ଼ାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ ( କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ସ୍ୱଚ୍ଛ ଭାରତ ଯୋଜନା ଏକ ପ୍ରକାର ପ୍ରହସନ ପାଲଟିଛି । ଏପରିକି ଏହି ଯୋଜନାର ହିତାଧିକାରୀ ପାଇଖାନା ନିର୍ମାଣ କରି ଅର୍ଥ ପାଇଁ ଏକ ପ୍ରକାର ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି। ଆଜକୁ ପ୍ରାୟ ୩ବର୍ଷ ତଳେ ବ୍ଲକ ଅଧୀନ ମାଝୀଗୁଡା ପଂଚାୟତ ସଦରମହକୁମା ରେ ବିଭିନ୍ନ ୱାର୍ଡ଼ର ଲୋକମାଙ୍କୁ ପାଇଖାନା ନିର୍ମାଣ ପାଇଁ ତାଲିକା ପ୍ରକାଶିତ ହୋଇଥିଲା। ଏହି ପାଇଖାନା ନିର୍ମାଣ ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କୁ ୧୨ ହଜାର ଟଙ୍କା ଯୋଗାଇ ଦିଆଯିବ ବୋଲି  ସୂଚନା ଦିଆଯାଇଥିଲା।  ପାଇଖାନା ନିର୍ମାଣ ପରେ ନବନିର୍ମିତ ପାଇଖାନାରଫଟୋ ଉଠାଇ ବ୍ଲକ କାର୍ଯ୍ୟାଳୟ କୁ ଦେଲେ ତୁରନ୍ତ ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା। ହିତାଧୀକାରୀ ଧାର କରଜ କରି ପାଇଖାନା ନିର୍ମାଣ କରିଦେଲେ। ହେଲେ ପାଇଖାନା ନିର୍ମାଣର ବର୍ଷବର୍ଷ ପରେ ମଧ୍ୟ ହିତାଧିକାରୀ ବାରମ୍ବାର ବ୍ଲକ କାର୍ଯ୍ୟାଳୟ କୁ ଦୌଡ଼ି ନୟାନ୍ତ ହେଲେଣି ଆଜି ପର୍ଯ୍ୟନ୍ତ ଜଣେହେଲେ ହିତାଧିକାରୀ ଟଙ୍କା ପାଇ ନଥିବା କହିଛନ୍ତି। ଏଣୁ ହିତାଧୀକାରୀ ପଦ୍ମକେଶରୀ ବିଷୋୟୀ, ମଲିକା ବିଷୋୟୀ,ଚିରଞ୍ଜିବୀ ବିଷୋୟୀ , ଭୁବନ ମୋହନ ବିଷୋୟୀ, ନରହରି ବିଷୋୟୀ, ସୁରେନ୍ଦ୍ର ବିଷୋୟୀ, ଶାନ୍ତିମଣି ବିଷୋୟୀ , ଗଜିନ୍ଦ୍ର ବିଷୋୟୀ, ସିଧେଶ୍ୱରି ବିଷୋୟୀ, ବୁଦ୍ଧଦେବ ବିଷୋୟୀ, ସତ୍ୟ ବିଷୋୟୀ, କବି ବିଷୋୟୀ , ହେମନ୍ତ ବିଷୋୟୀ, ତୁଷାର ବିଷୋୟୀ, ପଦୁନାଭ ବିଷୋୟୀ , ଗଙ୍ଗାଧର ବିଷୋୟୀ , ଖିରସିନ୍ଧୁ ବିଷୋୟୀ , ମୋହନ ବିଷୋୟୀ , ଥରିରଥ ବିଷୋୟୀ  ପ୍ରମୁଖ ପାଇଖାନା ନିର୍ମାଣ ଅର୍ଥରାଶି ଶୀଘ୍ର ଯୋଗାଇ ଦେବା ପାଇଁ ପ୍ରଶାସନ କୁ ଦାବି ଜଣାଇଛନ୍ତି। ତେବେ ଜିଲ୍ଲା ଓ ବ୍ଲକ ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।